ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ପାଣିଗ୍ରାହୀ ଙ୍କ ଗୁରୁବାର ପୂର୍ବାହ୍ନରେ ହୃଦଘାତରେ ପରଲୋକ ହୋଇଛି । ଅଠରନଳା ନୀଳଚକ୍ର ନଗର ବାସଭବନରୁ କୋର୍ଟ ଯିବା ପାଇଁ ଆସୁଥିବା ବେଳେ ମେଡିକାଲ ଛକ ଠାରେ ଟ୍ରାଫିକ ସିଗନାଲ ଠାରେ ଅଟକି ରହିଥିଲେ । ପରେ ସେହି ଠାରେ ସ୍ଥାନୀୟ ଲୋକ ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ମରଶରୀର ବାସଭବନକୁ ନିଆଯାଇ ସେଠାରୁ ପୁରୀଜିଲ୍ଲା ଓକିଲ ସଂଘ କାର୍ଯ୍ଯାଳୟ ସମ୍ମୁଖରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଓକିଲ ସଂଘର ନିର୍ବାଚିତ ପ୍ରତିନିଧିଗଣଙ୍କ ସହ ଶତାଧିକ ଆଇନଜୀବୀ ଶେଷ ଦର୍ଶନ କରିଥିଲେ । ସ୍ବର୍ଗତ ପାଣିଗ୍ରାହୀ ଜଣେ ମେଳାପୀ ସ୍ନେହି ଓ ବନ୍ଧୁବତ୍ସଳ ଥିଲେ ।

ପୁରୀ ଜିଲ୍ଲା ଜଜ କୋର୍ଟ ସମେତ ହାଇକୋର୍ଟରେ ମଧ୍ଯ ଅନେକ ମାମାଲାରେ ଆଇନଜୀବୀ ଭାବେ ଦକ୍ଷତାର ସହ ମାମଲା ପରିଚାଳିତ କରିଥିଲେ । ତାଙ୍କ ମୃତ୍ଯୁ ଖବର ଶୁଣି ଓକିଲ ଓ ମହକିଲ ମାନଙ୍କ ମଧ୍ଯରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ କାମନା କରିଛନ୍ତି । ସ୍ବର୍ଗଦ୍ବାରରେ ତାଙ୍କ ପାର୍ଥିବ ଶରୀର ର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।