ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପ୍ରାଣକେନ୍ଦ୍ର କୁହାଯାଉଥିବା ମୁଖ୍ୟ ବଜାର ତଥା ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାଣି ଫିଲ୍ଟର ଓ କୁଲର ବ୍ୟବସ୍ଥା ଦୀର୍ଘ ଏକ ବର୍ଷ ହେବ ଅକାମି ହୋଇ ପଡ଼ିରହିଛି।

ଫଳରେ ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରୁ ଆସୁଥିବା ପଥିକ ଓ ସ୍ଥାନୀୟ ବ୍ୟବସାୟୀମାନେ ଜଳକଷ୍ଟ ଭୋଗୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତବର୍ଷ ଏହାକୁ ମରାମତି କାରାଯାଇ ଥିବା କହୁଛନ୍ତି ସ୍ଥାନୀୟ ସରପଞ୍ଚ କୁନ୍ଦରୁ ମଳିକ କିନ୍ତୁ ସ୍ଥାନୀୟ ଲୋକେ ପାଖାପାଖି ମରାମତି ହେବାର ପାଞ୍ଚ ଛଅ ଦିନ ପରଠୁ ଆଉ ଚାଲୁନାହିଁ | ବଜାରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ବର୍ଷେ ହେବ ଏହା ଖରାପ ହୋଇ ପଡ଼ିଛି।

ଦେଖିବାକୁ ମିଳୁଛି ଯେ, ମେସିନ ଥିବା ଗୃହଟି ଏବେ କେବଳ ପୋଷ୍ଟର ମାରିବା ପାଇଁ ବ୍ୟବହାର ହେଉଛି ଏବଂ ସେଥିରେ ତାଲା ପଡ଼ିଛି। ଯେଉଁ ଟ୍ୟାପ୍ ଦେଇ ପାଣି ଆସିବା କଥା, ସେଠାରେ ଏବେ ଧୂଳି ଜମିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବଜାର ରେ ରାସ୍ତାଘାଟରେ ଯାତାୟାତ କରୁଥିବା ଲୋକେ ଟୋପେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି।

ସରକାରୀ ଅର୍ଥରେ ନିର୍ମିତ ଏହି ବ୍ୟବସ୍ଥା ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବା ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଓ ପଥିକମାନେ ଜୋରଦାର ଦାବି କରିଛନ୍ତି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଖରା ବଢ଼ିଲେ ପରିସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି। ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ନିବେଦନ କରାଯାଇଛି।