କନ୍ଧମାଳ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଏପ୍ରିଲ -୧ ଓଡିଶା ଦିବସ ପାଳନ ରୁ ଏପ୍ରିଲ ୧୪ ଓଡ଼ିଆ ନୂଆ ବର୍ଷ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଆ ପକ୍ଷ ପାଳନ ଅବସରରେ ସାରା ଓଡ଼ିଶାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହେଉଥିଲା ବେଳେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ତଥା ସଦରମହକୁମା ଫୁଲବାଣୀ ଠାରେ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଆଜି’ଆସ ବହିଟିଏ କିଣିବା ” ଦିବସରେ ସ୍ଥାନୀୟ କମଳା ପ୍ରକାଶନୀ ଦ୍ୱାରା ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା ହୋଇଥିଲା |

ଷ୍ଟଲକୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପି ଏ- ଆଇ ଟି ଡି ଏ, ଜିଲ୍ଲା ଶିକ୍ଷାଧିକାରୀ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ବୁଲି ଆସିବା ସହ କମଳା ପ୍ରକାଶିନୀଙ୍କର ଏହି ସାଧୁ ଉଦ୍ୟମ ଓ ଓଡ଼ିଆ ପ୍ରୀତିଙ୍କୁ ପ୍ରଶଂସା କରିଥିଲେ | ବିଭିନ୍ନ କଲେଜ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷିକା ପରିଦର୍ଶନ ସହ ପୁସ୍ତକ କ୍ରୟ କରିଥିଲେ |














