ନୂଆଗାଁ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ଓଡିଶା ଆଦଶ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଭାରତର ଜନଗଣନା କାର୍ଯ୍ୟକ୍ରମ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିରରେ ୨୩୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ସେମାନେ ଚଳିତ ମାସ ୧୬ ତାରିଖରୁ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଗୃହ ଗଣନା ଏବଂ ଗୃହତାଲିକା ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିବେ l

ଏହି ଉଦ୍ଯାପନୀ ସଭାରେ ଅତିଥି ଭାବେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ଯୋଗଦାନ କରି ଗୃହ ଗଣନା ଓ ଜନଗଣନା କାର୍ଯ୍ୟର ମହତ୍ଵ , ଏହାଦ୍ଵାରା ଦେଶର ବିକାଶ ଓ ପ୍ରଶାସନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆଧାର ହୋଇଥାଏ ବୋଲି କହିଥିଲେ। ନୂଆଗାଁ ଅତିରିକ୍ତ ତହସିଲିଦାର ଭବାନୀ ଶଙ୍କର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉଦ୍ଯାପନୀ ସଭାରେ ପ୍ରଶିକ୍ଷକ ଭାବେ ଅଧ୍ୟାପକ ଧିରେନ୍ଦ୍ର କୁମାର ମହାରଣା, ଡବ୍ଲୁ ଇ ଓ ରଶ୍ମି ରଞ୍ଜନ ବାରିକ,ଅଧ୍ୟାପକ ରାଧା ମୋହନ କମାରୀ ,ଅତିରିକ୍ତ ତହସିଲଦାର ଓଡ଼ଗାଁ ପବିତ୍ର କୁମାର ସେଠୀ,

ହାଡ଼ ଝୋଲା ହାଇସ୍କୁଲ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପ୍ରସାଦ ହାଇସ୍କୁଲ ସହକାରୀ ଶିକ୍ଷକ ଭବାନୀ ଶଙ୍କର ସାହୁ ,ପି ଏମ ଶ୍ରୀ ହାଇସ୍କୁଲ ସହକାରୀ ଶିକ୍ଷକ ନୀଳକାନ୍ତ ସେଠୀ ଉପସ୍ଥିତ ରହି କିପରି ଏଚ୍ ଏଲ ଓ ଆପ୍ ଦ୍ଵାରା ଗଣନା କାର୍ଯ୍ୟ କରାଯିବ ,କିପରି ମ୍ୟାପିଂ କରାଯିବ , ଗୃହ ଗୁଡିକରେ କିପରି ବିଲ୍ଡିଂ ନଂ ଏବଂ ସେନ୍ସେସ ଗୃହ ନଂ ପର୍ଯ୍ୟାୟକ୍ରମେ ଲେଖାଯିବ ଏବଂ ପରିବାରର ମୁଖ୍ୟଙ୍କ ଠାରୁ ୩୪ ଟି ତଥ୍ୟ ସଠିକ୍ ଭାବେ ଆଦାୟ କରି ଗଣନା କାର୍ଯ୍ୟ କରାଯିବ ସେ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ ।

ତତ୍ ସହିତ ତାଲିମ ଗ୍ରହଣ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୃହ ଗଣନା ସମ୍ପର୍କିତ ସମସ୍ତ ଦ୍ଵନ୍ଦ ଦୂର କରିଥିଲେ । ଗତ ତିନିଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରକୁ ନୂଆଗାଁ ତହସିଲ ପକ୍ଷରୁ ହରି ହର ସାହୁ, ବରୁଣ କୁମାର ଜlନୀ, ନିରଞ୍ଜନ ସlଥୁଆ, ଭାବଗ୍ରlହି ସୀଠ, ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ନୂଆଗାଁ ତହସିଲ ପକ୍ଷରୁ ଆୟୋଜିତ ହୋଇଥିବା ତାଲିମ ଶିବିରରେ ସ୍ଵାଦିଷ୍ଟ ଖାଦ୍ୟ ପେୟ ସହ ତାଲିମ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ଉଚ୍ଚ କୋଟୀର ଥିଲା ବୋଲି ତାଲିମ ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମତବ୍ୟକ୍ତ କରିଥିଲେ ।













