No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଜିଆଇଆଇଏସ ଅଡିଟୋରିୟମ୍ରେ ଉତ୍କଳ ଦିବସ ୨୦୨୬ ବିଶେଷ ଉତ୍ସାହ ଓ ଭବ୍ୟତା ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ବବିଖ୍ଯାତ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଉତ୍କଳର ସଂସ୍କୃତି ପରମ୍ପରା , ଐତିହ୍ଯ ଓ କାରୁକଳା ପ୍ରଦର୍ଶିତ ହୋଇଥିଲା । ସିଙ୍ଗାପୁର ଓଡ଼ିଆ ସମାଜର ଅଧ୍ୟକ୍ଷ ସୁବ୍ରତ ନାୟକ ଅତିଥିମାନଙ୍କୁ ସ୍ଵାଗତ ଭାଷଣ ଓ ଓଡ଼ିଆ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏଥିରେ ମୁଖ୍ଯ ଅତିଥି ଭାବେ ସିଙ୍ଗାପୁରରେ ଅବସ୍ଥାପିତ ଭାରତର ଉଚ୍ଚଆୟୁକ୍ତ ଶିଳ୍ପକ ଆମ୍ବୁଲେ ଯୋଗଦେଇ ଓଡ଼ିଆ କଳା ସଂସ୍କୃତିକୁ ପ୍ରଶଂସା କରିଥିଲେ । ଏମ ସିସି ୱାଇ ଭାରତୀୟ ବ୍ଯାଙ୍କ ଓ ବହୁ ସାମାଜିକ ସଂଗଠନ ଏହି ଉତ୍ସବରେ ଯୋଗ ଦେଇଥିଲେ । ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଲାଇଭ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶନ ସମସ୍ତଙ୍କୁ ମନମୁଗ୍ଧ କରିଥିଲା । ପ୍ରାୟ ୩୦ ମିନିଟ ଏହି ଆନିମେସନ ଚାଲିଥିଲା । ଓଡ଼ିଶାର କଳା ସଂସ୍କୃତି ,ପରମ୍ପରା ଓ ପର୍ଯ୍ୟଟନ ଏଥିରେ ପ୍ରଦର୍ଶିତ ହୋଇଥିଲା ।
ଭାରତ ଓ ସିଙ୍ଗାପୁର ମଧ୍ଯରେ ସାଂସ୍କୃତିକ ଆଦାନପ୍ରଦାନ ଓ ବନ୍ଧୁତ୍ୱର ଝଲକ ଦେଖିବାକୁ ମିଳିଥିଲା । ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସମ୍ପର୍କରେ ଛୋଟ ଟେବୁଲ ଟପ ବାଲୁକା କାରୁକାର୍ଯ୍ୟକୁ ସିଙ୍ଗାପୁର ର ଦର୍ଶକ ମାନେ ପ୍ରଶଂସିତ କରିଥିଲେ । ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଥିଲା । ଜଣେ ସ୍ଥାପକଙ୍କୁ ଜୀବନବ୍ୟାପୀ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା । ସଂଗଠନର ସଦସ୍ୟ ମାନଙ୍କ ମଧ୍ଯରେ ସଞ୍ଜୀବ ସାହୁ, ସ୍ୱାଗତିକା ବିଶ୍ୱାଳ, ରଞ୍ଜିତ ସାହୁ, ସାଲୋନୀ ଦାସ, ବିଜୟଲକ୍ଷ୍ମୀ ବେହେରା, ମନୋରମା ଜେନା, ଶାରଦା ସାହୁ, ଲଗ୍ନଜିତ ପଟ୍ଟନାୟକ, ସୌମ୍ୟ ପାଲ, ସତ୍ୟମ ପାଣ୍ଡା ଓ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result