ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରା ରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ନିଜକୁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରି ଦଣ୍ଡକାଳୀ ଙ୍କ ର ବ୍ରତ ନିୟମ ଅନୁସାରେ ପାଳନ କରିଥାନ୍ତି । ବୁଧବାର ବାଲିଗୁଡା ସମେତ ଆଖପାଖ ବିଭିନ୍ନ ଅଞ୍ଚଳର ଦଣ୍ଡଯାତ୍ରା ବହାରିଥିବା ବେଳେ ପ୍ରଥମ ଦିନରେ ମା’ ଦକ୍ଷିଣ କାଳୀ ମନ୍ଦିର ରୁ ବାହାରି ଆଦର୍ଶ ପୁଷ୍କରିଣୀ ରେ ଯଥା ରୀତିନୀତି ଅନୁଯାଇ ପୂଜାର୍ଚନା ପରେ ମା ‘ ଙ୍କ ଆଗମନ ହୋଇଥିଲା ।














