ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତ ପାଞ୍ଚ ଦିନ ଧରି ନୟାଗଡ଼ ବ୍ଲକ ଅନ୍ତର୍ଗତ ଶ୍ୟାମବନ୍ଧୁ ସରକାରୀ ହାଇସ୍କୁଲ, ମାଛିପଡ଼ା ଠାରେ ଚାଲିଥିବା ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’ ଆଜି ଉଦଯାପିତ ହୋଇଯାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ଓ ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକର ଆମୂଳଚୁଳ ପରିବର୍ତ୍ତନ କରାଯାଇଛି ।















