ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ ହୋଇଯାଇଛି l ଏହିଅବସରରେ କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତି ବେଦାନ୍ତ ର ଶ୍ରୀଧର ମହାରାଜ, ବେଧାୟନ ମହାରାଜ ଓ ଶ୍ରୀଧର ଗୋସ୍ୱାମୀ ମହାରାଜ ଙ୍କ ସମେତ ସମସ୍ତ ସହକର୍ମୀ ମାନେ ଯୋଗ ଦେଇ ପ୍ରତିଦିନ ସନ୍ଧ୍ୟା ୬ଟା ରୁ ରାତି ୧୦ଘଣ୍ଟ ପର୍ଯ୍ୟନ୍ତ ଶ୍ରୀମଦ ଭାଗବତର ଦିବ୍ୟ ଶ୍ରବଣ କରାଇଥିଲେ l















