No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଅଞ୍ଚଳର ଆରାଧ୍ୟ ଦେବୀ ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ମହାସମାରୋହରେ ପାଳନ ହୋଇ ଯାଇଛି। ଏହି ଅଞ୍ଚଳରେ କାନ୍ଦୁଲ ଭଜା ଯାତ୍ରା ହେଉଛି ଶହଶହ ବର୍ଷର ପୁରୁଣା ପରମ୍ପରା।ଏହି ଯାତ୍ରା ପ୍ରତି ବର୍ଷ ଚୈତ୍ର ମାସର ମଙ୍ଗଳବାର ଦିନ ପାଳିତ ହୋଇଥାଏ । ମା ‘ ପାଟ୍ଟଖଣ୍ଡାଙ୍କ ପ୍ରମୁଖ ପର୍ବ ଭାବେ ଅଞ୍ଚଳରେ ବିଦିତ ହୋଇଥିବା ବେଳେ ବର୍ଷର ପ୍ରଥମ ଉତ୍ପାଦିତ ନୂଆଁ କାନ୍ଦୁଲ, ଶିମ୍ବକୁ ଭାଜି ପ୍ରତ୍ୟେକ ଘରେ ଗଜାମୁଆଁ,

ପଣା, ନଡିଆ, ଧୂପ,ଦୀପ ନୈବେଦ୍ୟ ଓ ପଳାଶ ଫୁଲ, ମହୁଲ ଫୁଲ,ଧାଧୁନ ଫୁଲ,ଆମ୍ବ କଷି ଆଦି ମା’ ପାଟ୍ଟଖଣ୍ଡା ଓ ଗ୍ରାମ ଦେବତୀ ମା’ ବରାଳ ଦେବୀଙ୍କୁ ଅର୍ପଣ କଲାପରେ ଘରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରି ଥାଆନ୍ତି। ଅଞ୍ଚଳର ମାନସିକଧାରୀ,ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଆଙ୍କ ନିକଟରେ ବିଭିନ୍ନ ଭୋଗ ଦେବାର ପ୍ରଥା କେଉଁ ପ୍ରାଚୀନ କାଳରୁ ଅଦ୍ୟାବଧି ରହି ଆସିଛି । କନ୍ଧମାଳର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ଏବଂ ଏହି ସର୍ବ ପ୍ରାଚୀନ ଗଣ ପର୍ବକୁ ସାର୍ବଜନୀନ କରିବା ପାଇଁ ମନ୍ଦିର ପରି ଚାଳନା କମିଟିର ମୂଖ୍ୟ ପୂଜକ ରଘୁନାଥ ପାତ୍ର,ପାଣିକର ପାତ୍ର,
ଗୋଲକ ପାତ୍ର ଓ ପ୍ରତାପ କେଶରୀ ପାତ୍ର ବିଧୂ ପୂର୍ବକ ପୂଜା ଅର୍ଚ୍ଚନା କରିଥିଲେ।ଚଳିତ ବର୍ଷର ଯାତ୍ରାକୁ ଆଡ଼ମ୍ବରରେ ପାଳନ ପାଇଁ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବିଶିମାଝି, ବରିଷ୍ଠ କର୍ମକର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ,ରବିନ୍ଦ୍ର ଶତପଥୁ,ବିଭୁତି ଭୂଷଣ ଦଳପତି,ସଦାନନ୍ଦ ବିଶିମାଝି, ଚୈତନ୍ୟ ବିଷୋୟୀ ଓ କହ୍ନେଇ ବିଷୋୟୀଙ୍କ ସମେତ ପୁରୁଣା ନୂଆଗାଁର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ଭାବେ କାନ୍ଦୁଲ ଯାତ୍ରା ସମାପନ ହୋଇଥିଲା।

No Result
View All Result