No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଠାରେ ସିଆଇଟିୟୁ (CITU )ଓ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ତରଫରୁ ଶତାଧିକ ଆଶା କର୍ମୀ,ସିଆରପି,ଏମ୍ ବି କେ, ବ୍ୟାଙ୍କ ମିତ୍ର ଓ ସାଧାରଣ ମହିଳାମାନଙ୍କୁ ନେଇ ମା’ ଶ୍ମଶାନ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସାଥୀ ବାସନ୍ତି ବେହେରାଙ୍କ ସଭାପତିତ୍ଵରେ ବିଶ୍ଵ ମହିଳା ଦିବସ ପାଳିତ ହୋଇ ଯାଇଛି ।

“ନାରୀ ମୁକ୍ତି ,ନାରୀ ସୁରକ୍ଷା ଓ ନାରୀ ପ୍ରଗତି ଦେଶ ପ୍ରଗତି “ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚନା କରି ଆଲୋଚକମାନେ ମହିଳା ମାନଙ୍କର ବିଭିନ୍ନ ସମସ୍ୟା,ମହିଳା ନିର୍ଯ୍ୟାତନା ଓ ସରକାରଙ୍କ ମହିଳା ବିରୋଧୀ ନିଷ୍ପତ୍ତି ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ବେଟି ବଚାଅ ବେଟି ବଢ଼ାଅ ସ୍ଳୋଗାନ ଦେଉଥିବା ଡବଲ ଇଞ୍ଜିନି ସରକାର ଅମଳରେ ଆମ ରାଜ୍ୟ ରୁ ୪୦ ହଜାର ମହିଳା ନିଖୋଜ ଥିଲା ବେଳେ ପ୍ରତି ମିନିଟ୍ ରେ ୧୬ ଜଣ ମହିଳା ହତ୍ୟା ଓ ଧର୍ଷଣର ଶିକାର ହେଇଛନ୍ତି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ ।

ବିଜେପି ସରକାର ଅମଳରେ ମଣିପୁରରେ ସର୍ବସାଧାରଣରେ ମହିଳାମାନଙ୍କୁ ଉଲଗ୍ନ କରି ହତ୍ୟା ଓ ଧର୍ଷଣ କରାଯାଇଛି । ମହିଳାମାନଙ୍କୁ ସୁରକ୍ଷା ଦେବାରେ ଏ ସରକାର ବିଫଳ ହୋଇଥଲା ବେଳେ ମନୁବାଦୀ ଵିଚାରକୁ ମହିଳାମାନଙ୍କ ଉପରେ ଲଦି ଦେଉଛି । ମହିଳା ଶ୍ରମିକମାନେ ନିଜ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ପୁଣି ଡବଲ ଇଞ୍ଜିନ ସରକାରର ୮ ଘଣ୍ଟା ପରିବର୍ତ୍ତେ କାର୍ଯ୍ୟ ସମୟକୁ ୧୦ ଘଣ୍ଟା ବୃଦ୍ଧି ଓ ମହିଳା ଶ୍ରମିକଙ୍କୁ ରାତ୍ରି କାଳୀନ କାର୍ଯ୍ୟ ପାଇଁ ବାଧ୍ୟ ବାଧକତା ସମ୍ପୂର୍ଣ୍ଣ ଉଚ୍ଛେଦ,

ଆଶା, ସିଆରପି, ଏମ୍ ବି କେ, ବ୍ୟାଙ୍କ ମିତ୍ରଙ୍କୁ ସ୍ଥାୟୀ କର୍ମଚାରୀ ଓ ମାସିକ ପେନସନ ସହ, ମହିଳାମାନଙ୍କ ଉପରେ ମାଇକ୍ରୋ ଫାଇନାନ୍ସର ଦାଦଗିରି ବନ୍ଦ କରିବାକୁ ବକ୍ତାମାନେ ଦାବୀ କରିଥିଲେ। ବାଲ୍ୟ ବିବାହ ବନ୍ଦ ପାଇଁ ସମସ୍ତେ ସଙ୍କଳ୍ପ ବଦ୍ଧ ହେବା ସହ ଭବିଷ୍ୟତରେ ସମସ୍ତ ବର୍ଗର ମହିଳାମାନେ ଜୀବନ ଜୀବିକାର ସୁରକ୍ଷା ପାଇଁ ଏକତା ବଦ୍ଧ ହେବାକୁ ଆଲୋଚକମାନେ ଆହ୍ବାନ ଦେଇଥିଲେ ।
ଏହି ଆଲୋଚନା ସଭାରେ ସିଟୁର ରାଜ୍ୟ ସମ୍ପାଦକ ସୁରେଶ ସ୍ବାଇଁ, ମହିଳା ନେତ୍ରୀ ସଂଯୁକ୍ତା ସେଠୀ, ଆଶା କର୍ମୀଙ୍କ ଜିଲ୍ଲା ସଭାପତି ଚାପଧାରୀ ରାଉତ, ଆଶା ବ୍ଲକ ସମ୍ପାଦିକା ସନ୍ତୋସିନି ସାହୁ, ମିଶନ ଶକ୍ତିର ବାସନ୍ତି ବେହେରା, ସିଆରପି ମିରାବାଇ ସାହୁ ଓ ଇତିଶ୍ରୀ ସାହୁ ପ୍ରମ୍ୟୁଖ ଆଲୋଚନା କରିଥିଲେ । ପରିଶେଷରେ ବ୍ଳକ ଆଶା କର୍ମୀ ଆସୋସିଏସନ ସମ୍ପାଦିକା ସନ୍ତୋଶିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result