No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏକ ଅଗ୍ରଣୀ ଜନ କଲ୍ୟାଣ ଅନୁଷ୍ଠାନ ଶିବା ସମ୍ଫ ସମ୍ପୁର୍ଣ୍ଣ। ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬, ପ୍ରଦାନ କାର୍ଯକ୍ରମ ଭୁବନେଶ୍ବର ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକ, ସତ୍ୟଭାମାପୁ୍ର ପଞ୍ଚାୟତ ଗୋତଳବିନ୍ଦା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିବା ସମ୍ପୂର୍ଣ। ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଝିଲୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଜେପିର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର,
ଏବଂ ସମ୍ମାନିତ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ମହିଳା କମିଶନର ବୋର୍ଡ ଅଫ ମେମ୍ବର ଉର୍ମିଳା ମହାପାତ୍ର, ସ୍ଥାପନା ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶିକା ନିବେଦିତା ବଳିଆରସିଂହ , ସମାଜ ସେବୀ ବିଶ୍ୱଜିତ୍ ସାସମଲ, ଯୁବ ସମାଜସେବୀ ସୁବ୍ରତ ମହାନ୍ତି, ସରପଞ୍ଚ ରଶ୍ମିତା ଭୋଇ, ସମିତି ସଭ୍ୟା ରଶ୍ମିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସମାଜର ପରିବର୍ତ୍ତନ ପାଇଁ ମହିଳାମାନେ ହେଉଛନ୍ତି ରାଷ୍ଟ୍ରର ନିର୍ମାତା, ଆଗକୁ ମହିଳାମାନେ କିପରି ସ୍ୱାଭିମାନ ହେବେ ବୋଲି ବକ୍ତାମାନେ ବିଭିନ୍ନ ମତବ୍ୟକ୍ତ କରିଥିଲେ,।
ଏହି ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭା ଲାଭ କରିଥିବା ୨ ଶହ ଜଣ ମହିଳାଙ୍କୁ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ରେ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି ୧ ହଜାରରୁ ଉର୍ଦ୍ଧ୍ବ ମିଶନ ଶକ୍ତିର ଏମବିକେ, ସିଆରପି, ସୁମନ ଦିଦି, ଆଶା ,ଅଙ୍ଗନୱାଡ଼ି କର୍ମୀ, ସମାଜସେବୀ ପ୍ରମୁଖ ମହିଳାମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର ଏପରି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସୁଜାତା ଦାଶ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଶିବା ସମ୍ଫ ସମ୍ପୁର୍ଣ୍ଣ। ଫାଉଣ୍ଡେସନ ପରିଚାଳନା ନିର୍ଦେଶକ ସଞ୍ଜିବି କୁମାର ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନରେ ମନୋଜ କୁମାର ସାହୁ, ପବିତ୍ର କୁମାର ଭୋଇ, ଶ୍ରୀକାନ୍ତ ନନ୍ଦ, “ସୁମନ”ର ଶ୍ରୀଧର ବେହେରା, ସନ୍ତୋଷ ସାହୁ, ତ୍ରିନାଥ ଚନ୍ଦ୍ର ସାହୁ, ବ୍ରହ୍ମାନନ୍ଦ ସ୍ୱାଇଁ, ଗିରିଶ ପ୍ରଧାନ, ସଞ୍ଜୟ କୁମାର ତ୍ରିପାଠୀ, ପ୍ରସନ୍ନ ସାହୁ, ନିଶିକାନ୍ତ ପଣ୍ଡା, ପ୍ରମୁଖ ସହଯୋଗିତା କରିଥିଲେ ।

No Result
View All Result