ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାଥିଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି। ସର୍ବ ପ୍ରଥମେ ଜିଲ୍ଲାପାଳ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତର କୋତାମେଟା ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅଧୀନରେ ତିଆରି ହୋଇଥିବା ଅମୃତ ସରୋବର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସୂଚନା ଥାଉ କି ମିଶନ ଅମୃତ ସରୋବର ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା, ଯାହା ଅଧୀନରେ ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ପାଇଁ ପୋଖରୀ ନିର୍ମାଣ ବା ନବୀକରଣ କରାଯାଉଛି ।
















