ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜିଲ୍ଲାରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଆୟୋଜନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭାକକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ଓନମ୍ ଲାକ୍ରା, ଜିଲ୍ଲା ମଙ୍ଗଳ ଅଧିକାରୀ ଏ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତି ଥିଲେ । ଏହି ବୈଠକରେ ଦଶମ ବୋର୍ଡ ପରୀକ୍ଷା କେନ୍ଦ୍ର ପରିଚାଳକ, ନୋଡାଲ କେନ୍ଦ୍ର ପ୍ରଧାନ ଶିକ୍ଷକ ଏବଂ ପ୍ରଶ୍ନପତ୍ର ରହିଥିବା କେନ୍ଦ୍ରର ଥାନା ଅଧିକାରୀଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।















