No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟ ପକ୍ଷରୁ ପିତୃମାତୃ, ପୂଜନ ଓ ୨୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ଶିଶୁ ନିକେତନର ଅଧ୍ୟକ୍ଷା ଶୈଳବାଳା ମେକାପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଆଧ୍ୟାତ୍ମିକ ସ୍ତମ୍ଭକାର, ତଥା ପ୍ରବଚକ ଇଂ ସନ୍ନ୍ୟାସ ଜୀ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୟୋଳନ କରି ଏହାକୁ ଉଦ୍ଘାଟନ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷା ଅଧିକାରୀ ଡ, ପ୍ରଭାତ କୁମାର ରଥ, ଏବଂ ସମ୍ମାନୀତ ଅତିଥି ଭାବେ ବାଲିପାଟଣା ପ୍ରେସ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା, ସମାଜସେବୀ ମାଗୁଣି ଚରଣ ସେଠୀ, ବରିଷ୍ଠ ସାମ୍ୱାଦିକ ଅଭିମନ୍ୟୁ ନାୟକ, ଜ୍ୟୋତିର୍ବିଦ ହରିହର ମହାପାତ୍ର, ବିଶିଷ୍ଟ ଯାଦୁକର ବିଧୁଭୂଷଣ ନାୟକ, ସମାଜସେବୀ ରମେଶ ଚନ୍ଦ୍ର ସାହୁ, ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ପ୍ରମୁଖ ଯୋଗ ଦେଇ ପିତ୍ରୁମାତୃ ପୂଜନର ମହାନତା ଏଵଂ ପିଲାମାନଙ୍କୁ ଭଲ ସଂସ୍କାର ଶିଖାଇବା , ସହିତ ପିତାମାତା, ଗୁରୁଜନଙ୍କ ପ୍ରତି ପିଲାମାନଙ୍କର କି କର୍ତ୍ତବ୍ୟ,ରହିଛି ବୋଲି ଉପସ୍ଥିତ ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ।

ଏହି ଉତ୍ସବ ଅବସରରେ ପୂର୍ବତନ ଅଧ୍ୟକ୍ଷ ଫକିର ମୋହନ ସାହୁଙ୍କ ସ୍ମୃତି ଉଦେଶ୍ୟରେ ତୃତୀୟ ଏଵଂ ୫ମ ଶ୍ରେଣୀରେ ବୃତ୍ତି ପାଇଥିବା ପିଲାମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ସାମ୍ୱାଦିକ ରମେଶ ଚନ୍ଦ୍ର ରଥ, ବିନୋଦ କୁମାର ଭୋଇ, ଅରୁଣ ଶତପଥୀ,ବିଜୟ କୁମାର ଭୋଇଙ୍କୁ ଅନୁଷ୍ଠାନ ପକ୍ଷରୁ ଜଗନ୍ନାଥଙ୍କ ଫଟୋଚିତ୍ର ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପିତ୍ରୁମାତ୍ରୁ ପୂଜନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ଏଵଂ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା ।

ବିଶେଷ କରି ଏହି ଉତ୍ସବରେ ବିଶିଷ୍ଟ ଯାଦୁକର ବିଧୁଭୁଷଣ ନାୟକଙ୍କ ଦ୍ବାରା ଚିତ୍ତାକର୍ଷକ ଯାଦୁ ପ୍ରଦର୍ଶନ କରାଯାଇଥିଲା । ଆଦର୍ଶ ଶିଶୁ ନିକେତନର ୭ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ୱର ରଖିଥିବା ଶୁଭ ଲକ୍ଷ୍ମୀ ଦାସଙ୍କୁ ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ୫ ଶହ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଉତ୍ସବର ମଞ୍ଚ ପରିଚାଳନାରେ ଆଇନଜିବି ଅବଦୁଲ୍ ବାରି,

ସୁଜାତା ଦାଶ, ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ସଂପାଦକ ସୁରେନ୍ଦ୍ର ନାଥ ସାହୁ ବିଦ୍ୟାଳୟର ବିବରଣୀ ପାଠ କରିଥିଲାବେଳେ ଏହି ଉତ୍ସବର ପରିଚାଳନାରେ ବିଜୟ କୁମାର ବେହେରା, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, ଉମେଶ ସାହୁ, ଦୈତାରି ମାଣିକ, ପ୍ରଦୀପ ପାତ୍ର, ଟୁଲୁ ସାହୁ, ପ୍ରତାପ ବେହେରା, ଟୁକୁନା ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

No Result
View All Result