ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଛାତ୍ର ମାନଙ୍କ ଶିକ୍ଷା, ବିକାଶ ସେବା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଉର୍ନ୍ନତିର ପଥ ପ୍ରଦର୍ଶନ କରିଥାଏ । ପୁରୀଜିଲ୍ଲା ବ୍ରହ୍ମଗିରିର ପ୍ରାଚୀନ ଶିକ୍ଷାନୁଷ୍ଠାନ ପିଏଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ଯକ୍ତ କରିଥିଲେ । ୨୦୨୫ ମସିହାରେ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ।
















