ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବହୁ ପ୍ରତିକ୍ଷିତ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ବାଇପାସ୍ ରାସ୍ତାର ଶିଳାନ୍ୟାସ ଆଜି ହୋଇଛି । ଭର୍ଚୁଆଲ ମାଧ୍ୟମରେ ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଆଜି ଏହାର ଶୁଭାରମ୍ଭ କରିଥିବା ବେଳେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେପାରଳାଖେମଣ୍ଡି ବିଧାୟକ ରୁପେଶ ପାଣିଗ୍ରାହି ଏବଂ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ।

ଲୋକଙ୍କ ଦାବିକୁ ଗୁରୁତ୍ଵ ଦେଇ ପୂର୍ବତନ ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କରିଥିବା ବେଳେ ଏଥିପାଇଁ ୪୭ କୋଟି ୪୫ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଟେଣ୍ଡର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ନିର୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ । ସହରର ବାଇପାସ୍ ରାସ୍ତା ନିର୍ମାଣ ନେଇ ବିଧାନସଭାରେ ବାରମ୍ବାର ଦାବି କରିଆସୁଥିଲେ, ଆଜି ଏନେଇ ବିଧିବଦ୍ଧ ଭାବେ ମୂଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ମିଠେଇ ବଣ୍ଟନ କରିଛନ୍ତି ବିଧାୟକ ।

ଏତଦବ୍ୟତୀତ ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା – ଅଗରଖଣ୍ଡି ପାଇଁ ୧୨କୋଟି ୨୩ଲକ୍ଷ ଓ ଗୋପିଲି ଠାରୁ କିଞ୍ଚିଲିଂରାସ୍ତା ପାଇଁ ୧୫ କୋଟି ୫୩ ଲକ୍ଷ ଏବଂ ସେରଙ୍ଗ ଠାରୁ ନୁଆଗଡ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୪୦ କୋଟି ୨୯ ଲକ୍ଷ ମଞ୍ଜୁର କରିବା ସହ ଏହି ରାସ୍ତା ଗୁଡ଼ିକର ଶିଳାନ୍ୟାସ କରିଛନ୍ତି ମୂଖ୍ୟମନ୍ତ୍ରୀ । ଏହି ସବୁ ରାସ୍ତା ନିର୍ମାଣ ହେଲେ ଜିଲ୍ଲାର ଗମନାଗମନର ସୁବିଧା ହେବା ସହ ବ୍ୟବସାୟ ବୃଦ୍ଧି ପାଇବ,















