No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଯୁଦ୍ଧ, ଅସ୍ତ୍ର, ଶସ୍ତ୍ର, ହିଂସା, ଭୋଗବାଦ ଭାରତର ପରିଚୟ ନୁହେଁ। ଭାରତ ତାର ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାକୁ ନେଇ ସର୍ବଦା ପରିପୁଷ୍ଟ । ଭାରତ ବସୁଧୈବ କୁଟୁମ୍ବକମ୍ ,ପ୍ରଜ୍ଞାନ ବ୍ରହ୍ମ ଭଳି ଆପ୍ତ ବାକ୍ୟ ବିଶ୍ୱକୁ ପ୍ରଦାନ କରିଛି। ଆଧ୍ୟାତ୍ମ ସମ୍ପନ୍ନ ଯୁବପିଢ଼ି ଓ ସମାଜ ଭାରତକୁ ବିଶ୍ୱ ଗୁରୁ ଆସନରେ ଆସୀନ କରିପାରିବେ । ରାଷ୍ଟ୍ର ନିର୍ମାଣ ପାଇଁ ଆଧ୍ୟାତ୍ମିକ ଚେତନା ଜରୁରୀ ଏବଂ ଏହି ସଚେତନତା ବିଦ୍ୟାଳୟ ସ୍ତରରୁ ଆରମ୍ବ ହେବା ଉଚିତ ।
ଜାତୀୟ ଯୁବ ଦିବସରେ ଏହିଭଳି ଭାବନା ବ୍ୟକ୍ତ କରିଛନ୍ତି ବିଶିଷ୍ଟ ବ୍ୟକ୍ତିମାନେ। ଉତ୍କଳ ବିଦ୍ୱତ୍ ପରିଷଦ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ପୁସ୍ତକମେଳା ମଞ୍ଚରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ ମୁଖ୍ୟଅତିଥି ମଠାଧୀଶ ଡ଼ଃ ରାମଚରଣ ଦାସ ମହାରାଜ । ଏହି ଆଲୋଚନା ଚକ୍ରରେ ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ପୂର୍ଣଚନ୍ଦ୍ର ମହାପାତ୍ର ଓ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମହାସଂଘର ସମ୍ପାଦକ ବିଶ୍ୱନାଥ ବେହେରା ସମ୍ମାନିତ ଅତିଥି,
ନିମାପଡା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ଼ଃ ପ୍ରଭାକର ତ୍ରିପାଠୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପରିଷଦର ସଭାପତି ମନୋଜ ରଥ । କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ ସମ୍ପାଦକ ବିଜୟକୃଷ୍ଣ ବ୍ରହ୍ମା । ଧନ୍ୟବାଦ ଅର୍ପଣ କରିଥିଲେ ଉପାଧ୍ୟକ୍ଷ କମଳାକାନ୍ତ ଆଚାର୍ଯ୍ୟ । ମଞ୍ଚ ସଂଚାଳନ କରିଥିଲେ ବରିଷ୍ଠ ସଦସ୍ୟ ଜଗଦୀଶ ପ୍ରଧାନ। ଆଗାମୀ ଦିନରେ ବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମ କରାଯାଇ ଯୁବପିଢ଼ିକୁ ସଚେତନତା କରାଯିବାର ଯୋଜନା ରହିଛି ।

No Result
View All Result