ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜାନୁୟାରୀ ୧୬ ରୁ ୨୫ ପୁରୀ ବଡଦାଣ୍ଡ ବଗଲା ଧର୍ମଶାଳା ଠାରେ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ଅନୁଷ୍ଠିତ ହେବ । ଭାରତର ୨୦ଟି ରାଜ୍ୟ ଓ ୮ ଟି ଦେଶର ହସ୍ତଶିଳ୍ପ ସାମଗ୍ରୀ ଓ କମ୍ପାନୀ ସାମଗ୍ରୀ ପ୍ରଦଶିର୍ତ ହେବ । ଏ ସଂପର୍କରେ ମଙ୍ଗଳବାର ଅପରାହ୍ନରେ ବୃନ୍ଦାବତୀ ନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କର୍ମକର୍ତ୍ତା ମାନେ କହିଛନ୍ତି । ପ୍ରଦର୍ଶନୀ କୁ ଦେଖ,ନିଜକୁ ନିୟୋଜିତ କର ଓ ସହଯୋଗର ହାତ ବଢ଼ାଇବା ପାଇଁ ଏହି ପ୍ରଦର୍ଶନୀର ମୂଳ ଲକ୍ଷ । ଏହାର ଆୟୋଜକ ଭାବେ ସ୍ଯାଡୋ ଆଡଭରଟାଇଜିଂ ଆଣ୍ଡ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡ ରହିଥିବା ବେଳେ ଏହାକୁ ଶ୍ରୀୟାଂଶୀ ଇଭେଣ୍ଟ ସହଯୋଗ କରୁଛି ।















