ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବେଗୁନିଆ ବ୍ଲକ ଗଡ଼ମାଣତୀର Rcc କ୍ରିକେଟ ଟିମ୍ ଆନୁକୂଲ୍ୟରେ ହାଇସ୍କୁଲ ପଡ଼ିଆ ରେ ଆଜି ଠାରୁ କର୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ଟି ଦଳକୁ ନେଇ ଉଦଘାଟିତ ହୋଇଯାଇଛି l ଏଥିରେ ଉଦ୍ଘାଟକ ଭାବେ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ନନ୍ଦିଘୋଷ ଟିଭି ସାମ୍ବାଦିକ ଶୁଭ୍ରାଂଶୁ ସାମନ୍ତରାୟ ଯୋଗ ଦେଇଥିଵା ବେଳେ ସମ୍ମାନିତ ଅତିଥି ଭାବେ ଓୟୁଡବ୍ଲୁଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ନକ୍ଷତ୍ର ନିୟୁଜ୍ ସାମ୍ୱାଦିକ ପ୍ରକାଶ କୁମାର ହାତୀ ,

ସ୍ବାଧୀକାର ନିୟୁଜ୍ ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ରଥ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଅଞ୍ଚଳ ରେ ଏହିପରି ପ୍ରୟାସ ଜାରିରହିଲେ ଭାଇଚାରା ସୁଦୃଢ ହେବାସହ ସୁନ୍ଦର ସ୍ୱାସ୍ଥ୍ୟ ସୁନ୍ଦର ଶରୀର ଗଠନ ରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି କ୍ରୀଡ଼ାପ୍ରେମୀଙ୍କୁ ଉଦବୋଧନ ଦେଇଥିଲେ l















