ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଆଜି ଗରିମାମୟ ପରିବେଶ ମଧ୍ୟରେ “ବନ୍ଦେ ମାତରମ” ସାମୁହିକ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦେଶପ୍ରେମ ଓ ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଫଳତାର ସହ ପାଳିତ ହୋଇଛି ।

ବିଦ୍ୟାଳୟରେ କିପରି ସଠିକ ଓ ଶିସ୍ଟ ଭାବରେ ଏହି ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବ, ସେ ନେଇ ଗତ ଜାନୁଆରୀ ୯ ତାରିଖରେ ରଣପୁର ବ୍ଲକ ସଭାଗୃହରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ ଏକ ବିଶେଷ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷକ ପ୍ରଭାତ କୁମାର ପଣ୍ଡା, ମାନସ ପଟ୍ଟନାୟକ, ଅଧ୍ୟାପକ ରାଜେନ୍ଦ୍ର କୁମାର ଡେଙ୍ଗୁଆ ଓ ବ୍ଲକ ବି.ଏସ.ଏସ.ଓ ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।

ଏହା ସହ ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସି.ଆର.ସି.ସି ସୁଶୀଲ କୁମାର ରଣା ଓ ଶିକ୍ଷକ ଜ୍ୟୋତି ରଞ୍ଜନ କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜି ଜାନୁଆରୀ ୧୨ ତାରିଖରେ ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ “ବନ୍ଦେ ମାତରମ” ସାମୁହିକ ସଙ୍ଗୀତ ଗାନ ସଫଳତାର ସହ ଆୟୋଜିତ ହୋଇଥିଲା ।















