ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ପରିସରରେ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ ମିଳିତଙ୍କ ଆବାହକତ୍ୱରେ ଆଜି ଅର୍ବାନ ମେଡିକାଲ ଭିଜନ କେୟାର ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଟକସ୍ଥିତ ଅର୍ବାନ ମେଡିକାଲ ଭିଜନ କେୟାରର ଡାକ୍ତର ନିରଞ୍ଜନ ସାମନ୍ତରାୟ ଓ ମ୍ୟାନେଜର ଚନ୍ଦ୍ରରାଜ ଭଟ୍ଟଙ୍କ ସହିତ , ଟେକ୍ନିସିଆନ ସୌମ୍ୟ ପ୍ରକାଶ ପାଣି ଓ ଶୁଭାଶିଷ ସାଶ ପ୍ରମୁଖ ଉପସ୍ଥିତ ରହି ଏହିସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ ।

ଏହି ଶିବିରରେ ରାଜସୁନାଖଳା ଗ୍ରାମପଞ୍ଚାୟତ ଅଞ୍ଚଳର ବୃଦ୍ଧ,ବୃଦ୍ଧାଙ୍କ ସମେତ ବହୁ ଜନ ସାଧାରଣମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ ଲୋକଙ୍କର ପଞ୍ଜିକରଣ କରାଯାଇଥିବାବେଳେ ସେଥି ମଧ୍ୟରୁ ୧୭୬ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୩୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇ ଥିବାବେଳେ ୧୫ଜଣଙ୍କୁ ଉନ୍ନତ ଚକ୍ଷୁ ପରୀକ୍ଷା ସହିତ ମୋତିଆ ବିନ୍ଦୁ ଅସ୍ତ୍ରପ୍ରଚାର ପାଇଁ କଟକକୁ ପଠାଯାଇଥିଲା ।















