ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି - ଶିକ୍ଷାବିତ୍ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁସଂଗଠକ, ସମାଜସେବୀ, ଆଧ୍ଯାତ୍ମ ବାଦି ସୁରେନ୍ଦ୍ର ନାଥ ମିଶ୍ରଙ୍କ ପଞ୍ଚମ ବାର୍ଷିକ ଶ୍ରଦ୍ଧାଞଳି ଉତ୍ସବ ତାଙ୍କ ଜନ୍ମ ମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପାରକେଣା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶ୍ରଦ୍ଧାଜ୍ଞଳି ସଭାରେ ସୁକାନ୍ତ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ମୁଖ୍ୟ ବକ୍ତା ଭାବେ ରେ ସତ୍ୟବାଦୀ ବ୍ଳକ ଅଧକ୍ଷ ସୁନିଲ କୁମାର ପଣ୍ଡା ଓ ମୂଖ୍ଯ ଅତିଥି ଭାବେ ସଂମ୍ବାଦିକ ଧୀରେନ୍ଦ୍ରନାଥ ଦାଶ ଓ ସମ୍ନାନିତ ଅତିଥିଭାବେ ରେ ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ,ସଂମ୍ବାଦିକ ବସନ୍ତ ପଟନାୟକ,

ଗବକୁଣ୍ଡ ହାଇସ୍କୁଲ ର ପୂର୍ବତନ ଛାତ୍ର ସୁବାଷ ଚଦ୍ର ଦାଶ ମଧ୍ୟ ଯୋଗ ଦେଇଥିଲେ । ସଭା ଆରମ୍ଭ ପୂର୍ବରୁ ଦିବ୍ଯାଙ୍ଗ କଳାକାର ମାନେ ଭଜନ ପରିବେଷଣ କରିଥିଲେ । ସମାଜ ସେବା,ଶିକ୍ଷା,କଳାସଂସ୍କୃତି ଓ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ପ୍ରମୁଖ ବ୍ୟକ୍ତି ମାନଙ୍କୁ ତଥା ସତ୍ୟବାଦୀ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ସୁଦାମ ବାରିକ ମଞ୍ଚ ପରିଚାଳନା କରିଥିଲେ।ରାୟଚକ୍ରଧରପୁର ସ୍କୁଲରେ ପଢ଼ୁଥିବା ଦଶମ ଶ୍ରେଣୀ ର ଛାତ୍ରୀ ସଂଘମିତ୍ରା ମାଣ୍ଡେଇ, ଗ୍ରାମ - ବାଲିବେହେରା ସାହି ଙ୍କୁ ସୁକାନ୍ତ କୁମାର ମିଶ୍ର ତାଙ୍କୁ ପୋଷ୍ୟ ପୁତ୍ରୀ ଭାବରେ ଗ୍ରହଣ କରିବା ସହିତ ତାଙ୍କର ପାଠପଢା ର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ଏଥିରେ ସଭ୍ୟ ତଥା ପୂର୍ବତନ ସରପଞ୍ଚ ଶରତ ରାଉତରାୟ,କୃଷ୍ଣ ଚନ୍ଦ୍ର ମିଶ୍ର, ଯଂଜ୍ଞ ମିଶ୍ର ଓ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ମିଶ୍ର ସହୋଯାଗ କରିଥିଲେ ।