ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ଚୋରା ଗଞ୍ଜେଇ ଚାଲାଣକାରୀ ତିନି ଜଣ ମହିଳାଙ୍କୁ ପୋଲିସ ପେଟ୍ରୋଲିଂ ଦଳ ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ହାବୁଡ଼ରେ ପଡ଼ିଥିଲେ ।

ଉକ୍ତ ଗଞ୍ଜେଇ ଅଖାକୁ ପୋଲିସ ତନଖି କରି ଗଞ୍ଜେଇ ଜବତ କରିଥିଲେ। ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୨୮ କେଜି ଗଞ୍ଜେଇ ସହ ମୋବାଇଲ୍ ଦୁଇଟି ଜବତ କରିଥିଲେ। ତଦନ୍ତ ଅଧିକାରୀ ଥାନା ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ















