No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟ ସ୍ତରୀୟ ଲୋକକଳା ମହାକୁମ୍ଭ ମହୋତ୍ସବ ପାଇଁ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲା ଅନ୍ତର୍ଗତ ଫୁଲନଖରା ନିକଟ କୁରାଙ୍ଗଶାସନ ସ୍ଥିତ ଆମ୍ରପଲ୍ଲୀ ରିସର୍ଟସ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର କଟକ ଜିଲ୍ଲାସଭାପତି ମାଗୁଣି ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ରାଜ୍ଯ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, ରାଜ୍ୟ ସଂପାଦକ ବିନୋଦ କୁମାର ଭୋଇ ,

ପ୍ରାଚୀ ପ୍ରଜ୍ଞା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ରାଜ୍ଯ କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ବେଉରା, ଅର୍ଥ ବିଭାଗର ସଂପାଦକ ବିଚିତ୍ରାନନ୍ଦ ତ୍ରିପାଠୀ,ଉପଦେଷ୍ଟା ହଂସ ନାଥ ସାହୁ, ପ୍ରସାନିକ ଅଧିକାରୀ ସରୋଜ କୁମାର ରଣା, ଆଇନ ପରାମର୍ଶଦାତା ହରେ କୃଷ୍ଣ ମହାନ୍ତି, ଜିଲ୍ଲା ଉପଦେଷ୍ଟା ସତ୍ୟଜିତ୍ ମଲ୍ଲିକ,ସାଂସ୍କୃତିକ ବିଭାଗ ବଇଁଶୀଧର ମହାପାତ୍ର, ଶୃଙ୍ଖଳା କମିଟିର ଦିଲ୍ଲୀପ କୁମାର ରାଉତ, ଢେଙ୍କାନାଳ ଜିଲ୍ଲା ସଭାପତି ତଥା ଅଭ୍ୟର୍ଥନା କମିଟିର ସୁଧାକର ଦାସ, ଖଦ୍ୟ ଓ ଯୋଗାଯୋଗ କମିଟିର ଚନ୍ଦ୍ର ଶେଖର ସାମଲ, ଶୃଙ୍ଖଳା ଓ ଖାଦ୍ୟ ବିଭାଗର ପ୍ରସନ୍ନ ପାତ୍ର, ସଂସ୍କୃତିକ ବିଭାଗର ଅଭିମନ୍ୟୁ ବେହେରା , ଦେବେନ୍ଦ୍ର ନାଥ ସେନାପତି,

ସୁବଳ ଚରଣ ବେହେରା,ଅଭ୍ୟର୍ଥନା କମିଟିର ମିତାଞ୍ଜଳି ବେହୁରା କେନ୍ଦୁଝର, ଜିଲ୍ଲା ସଭାପତି ପୁଷ୍ପା ପାତ୍ର, ଅଭ୍ୟର୍ଥନା କମିଟିର ମଞ୍ଜୁଲତା ଜେନା, ଏବଂ, ନୟାଗଡର କଳା ଓ ସଂସ୍କୃତି କମିଟିର ତ୍ରିନାଥ ପ୍ରଧାନ, କେନ୍ଦୁଝରର ନୀଳମଣି ପାତ୍ର, ମୟୂରଭଂଜ ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଦାସ , ସୁଦର୍ଶନ ମଲ୍ଲିକ,ଆଠଗଡ ଜିଲ୍ଲାର ରବୀନ୍ଦ୍ର ନାଥ ସାହୁ, କଟକର ମନୋଜ କୁମାର ସାହୁ , ବଲାଙ୍ଗୀରର ଅମିଲ ପୁଟେଲ, ଗୋଲାପ ଜେନା ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇ ନୂତନ ବର୍ଷ ୨୦୨୬ ସ୍ବାଗତ ଜଣାଇବା ସହ ସମସ୍ତଙ୍କର ଶୁଭକାମନା କରିଥିଲେ ।

ମହାସଂଘର ପ୍ରସ୍ତାବିତ ବିଭିନ୍ନ ଆଭିମୁଖ୍ୟ, ଓ କାର୍ଯ୍ୟ ଧାରା ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ବର୍ଷ ୨୦୨୬ ମସିହା ମାର୍ଚ୍ଚ ମାସରେ, ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଆମ୍ର ପଲ୍ଲୀ ରିସର୍ଟସ ଠାରେ ରାଜ୍ୟର ଲକ୍ଷାଧିକ କଳାକାରମାନଙ୍କୁ ନେଇ ମହାକୁମ୍ଭ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜିତ ବୈଠକରେ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିଲା । ଏହି କଳାକାର ମହାକୁଂଭ ଉତ୍ସବକୁ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଉ କେଉଁ ଅତିଥିମାନେ ଆସିବେ ତାହା ଆଲୋଚନା କରାଯାଇଥିଲା ।

No Result
View All Result