No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ମହାନଗର ନିଗମ ଘୋଷଣା ହେବା ପରେ ପୁରୀକୁ ସରସ ସୁନ୍ଦର ଓ ଧାର୍ମିକ ସହର ଭାବେ ବିଶ୍ବରେ ପରିଚିତ କରିବା ପାଇଁ ପିକେଡିଏ ଅଞ୍ଚଳକୁ ଟାଉନ ପ୍ଲାନିଂ ର ଆଧୁନିକ ରୂପ ରଖ ଦେବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ସର୍କିଟ ହାଉସ ଠାରେ ମଙ୍ଗଳବାର ଅଧ୍ୟକ୍ଷତା କରି କହିଛନ୍ତି । ପିକେଡିଏ ର ୩୫ ତମ ବୈଠକରେ ପୁରୀ- କୋଣାର୍କ ଅଞ୍ଚଳକୁ ଉର୍ନ୍ନତିକରଣ କରାଯିବ। ଐତିହ୍ଯକୁ ସଂରକ୍ଷଣ କରାଯିବ । ସହର ପରିକଳ୍ପନାକୁ ଅତ୍ଯାଧୁନିକ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ଗୃହ ନିର୍ମାଣ, ପାରିପାର୍ଶ୍ବିକ ଉନ୍ନୟନ, ପ୍ରଶାସନିକ ସୁଦୃଢତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଏକ ରୂପ ଡିଜାଇନ ଓ ଏକକ ରଙ୍ଗ କରାଯିବ । ଐତିହ୍ୟସ୍ଥଳ, ଐତିହ୍ଯ ଭବନ ଓ ପ୍ରାକୃତିକ ଅଞ୍ଚଳ ସଂରକ୍ଷଣ ପାଇଁ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ କରାଯିବ । ବିଲ୍ଡିଂ ପ୍ଲାନ ଅନୁମୋଦନକୁ ସରଳ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଦେଉଥିବା ଏନଓସି ୩୦ ଦିନ ଭିତରେ ନଦେଲେ ଆବେଦକ ଗୃହ ନିର୍ମାଣ ଆବେଦନ ପ୍ଲାନ କୁ ପିକେଡିଏ ଅନୁମୋଦନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଟାଉନ ପ୍ଲାନିଙ୍ଗ ସ୍କିମ ବାଲୁଖଣ୍ଡରେ ପିପିପି ମଡେଲରେ ମଲ୍ଟିଷ୍ଟୋରିଡ ହାଉସିଂ ପ୍ରକଳ୍ପ, ପିକେଡିଏ ପାଇଁ କ୍ଯାଡର ପୁର୍ନଗଠନ, ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ ସ୍ଥାପନ, କର୍ମଚାରୀଙ୍କ ନିୟମିତକରଣ ସମ୍ପର୍କରେ ଆଲୋଚନା ହୋଇଥିଲା ।
ପିକେଡିଏ ଅଞ୍ଚଳ ଓ ପ୍ରସ୍ତାବିତ ବିସ୍ତାରିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ଏକ ନୂତନ ଓ ସଂଶୋଧିତ ସଂମ୍ପୂର୍ଣ୍ଣ ଉନ୍ନୟନ ପ୍ରଣାଳୀ ପ୍ରସ୍ତୁତ କରାଯିବ। ମାର୍କେଟ କମ୍ପ୍ଲେକ୍ସ ଗୁଡିକ କାର୍ଯ୍ଯ ଓ ପରିଚଳନା, ସ୍ମାର୍ଟ ପାର୍କ, ବଳିଆପଣ୍ଡା, ପିକେଆରଆଇଟି କଲୋନୀ ଆଲୋକୀକରଣ, ପିକେଡିଏ କାର୍ଯ୍ଯାଳୟ ଭବନର ମରାମତି, ତାଳବଣିଆ ଚିଲଡ୍ରେନ ପାର୍କ କୁ ଟେଣ୍ଡର ମାଧ୍ୟମରେ ପରିଚାଳନା,

ପିକେଡିଏ ସଚିବଙ୍କ ଆର୍ଥିକ କ୍ଷମତା ବୃଦ୍ଧି ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ନିଆଯାଇଥିଲା । ୨୦୨୪-୨୫ ଓ ୨୦୨୫-୨୬ ପାଇଁ ବଜେଟ ଅନୁମୋଦନ କରାଯାଇଛି । ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ପୌର କାର୍ଯ୍ଯନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ,ଓଡିଶା ଟାଉନ ପ୍ଲାନିଙ୍ଗ ନିର୍ଦ୍ଦେଶକ ,ନିମାପଡା ଏନଏସି ଅଧ୍ୟକ୍ଷା, କୋଣାର୍କ ଏନଏସି ଅଧ୍ୟକ୍ଷା, ପିକେଡିଏ ସଚିବ, ଆର୍ଥିକ ସଦସ୍ଯ, ଯାନ୍ତ୍ରିକ ସଦସ୍ଯ ଓ ଯୋଜନା ସଦସ୍ଯ ଉପସ୍ଥିତ ଥିଲେ ।

No Result
View All Result