No Result
View All Result
ଆଗାମୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ପୁରୁଣା ଜେଲ ସ୍ଥିତ ପାର୍କିଙ୍ଗ ପଡିଆ ଠାରେ ବିଶାଳ ଚାଷୀ ସମାବେଶରେ ଯୋଗ ଦେବାପାଇଁ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନୟାଗଡ଼ ଗସ୍ତ ପରିପ୍ରେକ୍ଷୀରେ ପ୍ରାରମ୍ଭିକ ଦଳୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କିସାନ ସେଲ ଅଧ୍ୟକ୍ଷ ବସନ୍ତ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପିସିସି ସାଧାରଣ ସମ୍ପାଦକ ୟାଶୀର ନୱାଜ,
ଡିସିସି ସଭାପତି ଶ୍ରୀ ରଣଜିତ ଦାଶ, ପିସିସି ସଭ୍ୟ ହୁସେନ ଖାଁ, ବରିଷ୍ଠ ନେତା ମନୋଜ ସାହୁ, ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ସାନ୍ତ, ବୁଲୁ ପରିଡା, ହାଲିମ ଖାଁ, ହସୀମ ଖାଁ,ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l ଜିଲ୍ଲାରେ ଗତ ୨୯ ତାରିଖ ଠାରୁ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଖୋଳାଯାଇ ଥିଲେ ମଧ୍ୟ ଏଯାଏଁ ପ୍ୟାକ୍ସ ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି l

ଚାଷୀର ଧାନ ବସ୍ତା ଥଣ୍ଡା କାକରରେ ପଡି ଖତରା ହେଲାଣି ଏପଟେ ଏଫଏକ୍ୟୁ ନାଁରେ ମିଲର୍ସ ମାନେ କୁଇଣ୍ଟାଲ ପ୍ରତି ୧0 ଲେଜି କଟଣୀଛଟଣୀ ପାଇଁ ଜିଲ୍ଲା ବ୍ୟାପି ଅଟକିଛି ଧାନକିଣା ପ୍ରତିବାଦ ରେ କଂଗ୍ରେସ କରିବ ବିଶାଳ ଚାଷୀ ସମାବେଶ ବୋଲି ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l ଏ ନେଇ ବିସ୍ତାର ଆଲୋଚନା ପାଇଁ ଆସନ୍ତା ୮ ତାରିଖରେ ଚୂଡାନ୍ତ ପ୍ରସ୍ତୁତି ପାଇଁ ବୈଠକ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି l

No Result
View All Result