No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅଧକ୍ଷା ସୁନେମି ମଣ୍ଡଳଙ୍କ ସଭାପତିତ୍ୱ ରେ ଦେବଗିରି ଉତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଚଳିତ ମାସ ୯ ଓ ୧୦ ତାରିଖରେ ଅନୁଷ୍ଠିତ କରିବାପାଇଁ ନିଷ୍ପତି ନିଆଯାଇଥିଲା । ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସ୍ଥାନୀୟ କଳାକାର ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରାଧାନ୍ୟ ଦିଆଯିବା ନିମନ୍ତେ ସର୍ବ ସମତି କ୍ରମେ ନିଷ୍ପତି ନିଆଯାଇଥିଲା ।
ଏହି ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ଓ ସଫଳ ସମାପ୍ତ ପାଇ କେତୋଟି କମିଟି ଗଠନ କରାଯାଇ ବିଭାଗ ଅନୁସାରେ ଦାୟିତ୍ୱ ଦିଆଯାଇଥିଲା । ଏହି ବୈଠକରେ ବିଡିଓ ଦୁଲାରାମ ମାରାଣ୍ଡି, ଏଇଇ ବିଭୁ ଚନ୍ଦନ ପୂଜାରୀ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଏନ.ଜି. ଓ, ଲାଇନ ଦିପାର୍ଟମେଣ୍ଟ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସାଂସଦ ପ୍ରତିନିଧି ଏବଂ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ଥିଲେ ।

No Result
View All Result