ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ନାଁ ନେଉନାହିଁ । ଗୋଟିଏ ପଟେ ରାଜ୍ୟରେ ଡାକ୍ତରମାନେ ଦିନକୁ ଏକ ଘଣ୍ଟା ରୋଗୀ ସେବା ବନ୍ଦ କରିଥିବା ବେଳେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନ୍ୟପଟେ ମୋହନା ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମରୁଡି ପଡିଛି ।















