ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ ଟପ ସ୍ନାତକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ବିକାଶ ଧାରା ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ସ୍ଥାନୀୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭ୍ରାକାନ୍ତ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରରେ ଉଚ୍ଚଶିକ୍ଷା ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଡ଼ଃ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ପାଠଚକ୍ରରେ ମୁଖ୍ୟବକ୍ତା ଭାବେ ବିଶ୍ଵଭାରତୀ ଶାନ୍ତି ନିକେତନର ଓଡ଼ିଆ ବିଭାଗର ପ୍ରଫେସର ଡ଼ଃ.ଶରତ କୁମାର ଜେନା ଯୋଗ ଦେଇ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଶୈଳୀ ଓ ବିକାଶଧାରା, ଶିଳ୍ପକଳା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ପ୍ରଧ୍ୟାପକ ଡ଼ଃ. ବନମାଳୀ ପାଣିଗ୍ରାହୀ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ ।















