ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଚୋର ମାନଙ୍କ ଠାରୁ ଚୋରା ସୁନାକୁ ନାମକୁ ମାତ୍ର ଦରରେ କିଣି ମାଲାମାଲ ସାଜିଥିବା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ପୋଲିସ ହାବୁଡ଼ରେ ପଡି ହରଡ଼ଘଣାରେ ଫସିଥିବା ସୂଚନା ମିଳିଛି. ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ସହରର ପ୍ରତିଷ୍ଠିତ ସୁରିୟା ହଲ ମାର୍କର ମାଲିକ ଅଶୋକ ବର୍ତ୍ତମାନ ପାରଳାଖେମୁଣ୍ଡି ଥାନା ପୋଲିସ ଦ୍ୱାରା ଅଟକ ହୋଇ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି..















