ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଧର୍ମାନ୍ତିକରଣ ଓ ହିନ୍ଦୁଧର୍ମର ଅପପ୍ରଚାର କରି କିଛି ଖ୍ରୀଷ୍ଟିଆନ ସାମ୍ପ୍ରଦାୟ ଲୋକେ ମାଇକ ଯୋଗେ ପ୍ରଚାର କରୁଥିବା ସମୟରେ ସ୍ଥାନୀୟ ଗୋଲା ସହି ନିକଟରେ ବିଶ୍ଵହିନ୍ଦୁ ପରିଷଦର କର୍ମକର୍ତାମାନେ ବିରୋଧ କରିଛନ୍ତି. ଯାହାକୁ ନେଇ ଖ୍ରୀଷ୍ଟିଆନ ପ୍ରଚାରକ ଗୋଷ୍ଠୀ ଓ ବିଶ୍ଵହିନ୍ଦୁ କର୍ମକର୍ତା ମୁହାଁମୁହିଁ ହୋଇଥିଲେ. ଏହାପରେ ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରଳା ପୋଲିସ ଘଟଣା ସ୍ଥଳେ ପହଁଚିଥିଲେ.















