• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ “୨୦୨୫” ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
December 28, 2025
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ “୨୦୨୫” ଅନୁଷ୍ଠିତ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡିଶାର ଏକ ଅଗ୍ରଣୀ ମହାବିଦ୍ୟାଳୟ ଭାବେ ପରିଚିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ” (IQAC) ଓ ବାଣିଜ୍ୟ ବିଭାଗର ସଂଯୁକ୍ତ ଆୟୋଜନରେ “ବାଣିଜ୍ୟ, ପରିଚାଳନା ଓ ସମାଜରେ ସସ୍ଥାୟୀ, ସମାବେଶୀ ଓ ଡିଜିଟାଲ ରୂପାନ୍ତରଣ” ବିଷୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ “୨୦୨୫” ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ବରେ ହାଇବ୍ରିଡ୍ ମୋଡରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି ।

ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ମେଘାଳୟର ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ବାଣିଜ୍ୟ ବିଭାଗର ପ୍ରଫେସର ନାଗରୀ ମୋହନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଏବଂ ପୁନେର ଗ୍ଲୋବାଲ ବିଜିନେସ୍ ସ୍କୁଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ପ୍ରଫେସର ପ୍ରବୀର ଚନ୍ଦ୍ର ପାଢ଼ୀ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ I

ଅତିଥିମାନେ ନିଜର ବକ୍ତବ୍ୟରେ ସାମ୍ପ୍ରତିକ ସମାଜରେ ଡିଜିଟାଲ ସଶକ୍ତିକରଣ ଓ ସନ୍ତୁଳିତ ବିକାଶର ଆବଶ୍ୟକତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ସହ ଆବାହକ ପ୍ରଫେସର ଶିବ ପ୍ରସାଦ ସେଠୀ ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ସୁମନ୍ତ କୁମାର ବେହେରା ମଞ୍ଚାସୀନ ଥିଲେ I
ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ବିଶିଷ୍ଟ ଶିକ୍ଷାବିଦ୍‌, ଗବେଷକ ଓ ବିଶେଷଜ୍ଞମାନେ ଯୋଗଦେଇ ନେତୃତ୍ୱ, ଆର୍ଥିକ ସମାବେଶ, ଫିନ୍‌ଟେକ୍‌, କୃତ୍ରିମ ବୁଦ୍ଧିମତା, ମହିଳା ସଶକ୍ତିକରଣ,

ଏମ୍‌ଏସ୍‌ଏମ୍‌ଇ, ଇ-କମର୍ସ, ଜଳବାୟୁ ପରିବର୍ତ୍ତନ ଓ ଭାରତୀୟ ଜ୍ଞାନ ପରମ୍ପରା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରବନ୍ଧ ପାଠ ଓ ଆଲୋଚନା କରିଥିଲେ l ଓମାନ, କାନାଡା, ମାଲେସିଆ ଏବଂ ବାହାରିନ ଭଳି ବିଦେଶୀ ବିଶ୍ୱବିଦ୍ୟାଳୟର ବିଶାରଦମାନେ ଅନଲାଇନ ଜରିଆରେ ନିଜର ମତ ରଖିଥିଲେ। ପ୍ରତ୍ୟେକ ଅଧିବେଶନର ଶେଷ ପର୍ଯ୍ୟାୟରେ ଜିଜ୍ଞାସୁ ଶ୍ରୋତାମାନେ ପ୍ରାବନ୍ଧିକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ମୋଚନ କରିଥିଲେ l

ଏହି ଉପଲକ୍ଷେ ପ୍ରକାଶିତ ସ୍ମରଣିକାରେ ପ୍ରବନ୍ଧ ମାନଙ୍କର ସଂକ୍ଷିପ୍ତସାର, ପରବର୍ତ୍ତୀ କାଳରେ ଗବେଷକମାନଙ୍କ ପଥ ପ୍ରଦର୍ଶକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ I ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ-ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଗବେଷକଙ୍କୁ ଉତ୍ସାହିତ କରିଥିଲେ।

ଗୋଆ ମଲ୍ଟି ଫ୍ୟାକଲ୍ଟିଟ କଲେଜର ଡକ୍ଟର ସୁବାସିଶ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବାଣିଜ୍ୟ କ୍ଷେତ୍ରରେ ନୂତନ ଗବେଷଣାର ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀର ଆବାହକ ଡକ୍ଟର ବିଘ୍ନେଶ୍ୱର ମିଶ୍ର ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ଶୁଭେନ୍ଦୁ କୁମାର ପ୍ରଧାନ ମଞ୍ଚାସୀନ ଥିଲେ ପରିଶେଷରେ ଅତିଥିମାନେ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି ସମ୍ମିଳନୀକୁ ସଫଳ କରିବାରେ ବାଣିଜ୍ଯ ବିଭାଗର ବିଭାଗ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ସେଠୀ,

ଆବାହକ ଡକ୍ଟର ବିଘ୍ନେଶ୍ୱର ମିଶ୍ର ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ସୁମନ୍ତ କୁମାର ବେହେରା ଓ ଡକ୍ଟର ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଅବଦାନକୁ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ଭୂୟସୀ ପ୍ରଶଂସା କରିଥିଲେ I ମହାବିଦ୍ୟାଳୟର “ବାଣିଜ୍ଯ ବିଭାଗ” ଓ “ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ” ଏପରି ଏକ ମନୋରମ ସମ୍ମିଳନୀର ଆୟୋଜନ କରିଥିବାରୁ, ଅଂଶ ଗ୍ରହଣକାରୀମାନେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ, ପ୍ରକୋଷ୍ଠ ଏବଂ ବାଣିଜ୍ଯ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜଣାଇଥିଲେ ବାଣିଜ୍ଯ ବିଭାଗର ଅନ୍ୟତମ ଅଧ୍ୟାପକ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ,

ପ୍ରଦୀପ ଶବର,ସମ୍ମିଳନୀର ସଂଗଠନ କମିଟର ସଦସ୍ୟ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଡକ୍ଟର ପ୍ରିୟବ୍ରତ ଶତପଥୀ, ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠର ସଦସ୍ୟ ଶ୍ରୀ ସୁକାନ୍ତ କୁମାର ବେହେରା, କାନନ ବାଳା ପାତ୍ର, ସନ୍ତୋଷୀ ପ୍ରଧାନ, ଆର୍ଚିସମାନ ସର୍ଦାର, ଦିବାକର ବାଉରୀ, ଡକ୍ଟର ରାଜଲକ୍ଷ୍ମୀ ପଣ୍ଡା ଆଦି ସମ୍ମିଳନୀକୁ ସଫଳ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ l ସମ୍ମିଳନୀରେ ସନ୍ତୋଷୀ ପ୍ରଧାନ ସଭାକୁ ସଂଯୋଜନା, କାନନ ବାଳା ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version