No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ବ୍ଲକ ବିଜେଡି ସଭାପତି ବାନାମ୍ବର ମଝିଙ୍କ ଅଧକ୍ଷତାରେ ୨୯ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ବୋଲଗଡ଼ ସ୍ଥିତ ନନ୍ଦିଘୋଷ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ! ଏହା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ତଥା ବଡ଼କୁମାରୀ ଗ୍ରାମପଞ୍ଚୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ଓ

ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ୟାକ୍ଷ ରମେଶ ଚନ୍ଦ୍ର ସାହୁ ବେଗୁନିଆ ବ୍ଲକ ଜିଲ୍ଲାପରିଷଦ ସଭ୍ୟା ତନୁଜା ଅଟ୍ଟାଶାଣୀ,ବୋଲଗଡ଼ ବ୍ଲକ ଅଧ୍ୟକ୍ଷl ହୁଲ୍ଲାସ ପ୍ରଧାନ, ପ୍ରମୁଖ ଯୋଗଦେଇ ଜଗରନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ସଭାପତି ବାନାମ୍ବର ମାଝୀ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ !

ଏହି ପ୍ରତିଷ୍ଠା ଦିବସରେ ବୋଲଗଡ଼ ବ୍ଲକର ୧୯ଗ୍ରାମପଞ୍ଚାୟତର ଓ ବେଗୁନିଆ ବ୍ଲକର ୨୧ଟି ଗ୍ରାମପଞ୍ଚୟତ ଗୁଡ଼ିକରୁ ଶତାଧିକ ନବନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଓ ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ଏବଂ ବହୁ ବିଜେଡି ଉର୍କର୍ମୀ /କର୍ମକର୍ତ୍ତମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ !

ପୂର୍ବତନ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ସୁଶାସନ ଐତିହ୍ୟ, ପରମ୍ପରା, ଭାଇଚାରାଓ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟଅତିଥି ତଥା ବିଧାୟକ ପ୍ରଦୀପ କୁମାର ସାହୁ ବିଜେଡି କର୍ମୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ ! ଆଗାମୀ ଦିନରେ ସମସ୍ତ ବିଜେଡି କର୍ମୀ ଓ ଲୋକପ୍ରତିନିଧିମାନେ ପରସ୍ପର ମଧ୍ୟରେ ଏକତା,

ସହ୍ନତି ସୁସମ୍ପର୍କ ରାକ୍ଷକରି ବିଜେପି ସରକାର ଅନ୍ୟାୟ, ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମୁଖ୍ୟବକ୍ତା ପ୍ରଫୁଲ୍ଲ ପ୍ରଧାନ ବିଜେଡି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ! ପରିଶେଷରେ ବେଗୁନିଆ ବ୍ଲକ ବିଜେଡି ସଭାପତି ପ୍ରସନ୍ନ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result