ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ସତ୍ୟବାଦୀ ଅଶାନ୍ତ। ଶୁକ୍ରବାର ରାତି ୧୧ ଟା ଠାରୁ ଶନିବାର ରାତି ୮ ପର୍ଯ୍ୟନ୍ତ ସତ୍ୟବାଦୀ ଅଞ୍ଚଳରେ ସିରିଜ ବୋମା ମାଡ଼ ଘଟଣା ଘଟିଅଛି l ରାତି ୧୧ ଟା ସମୟରେ ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ବନ ପୁର ନିକଟରେ ଏକ ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ରାସ୍ତା ଉପରେ ଦୁଇ ଗୋଟି ବୋମା ମାଡ଼ ହୋଇଥିଲା l ତାପରେ ରାତି ୧୧ ଟା ୪୫ ମିନିଟ ସମୟରେ ସେନାପତି ସାହିର ରାମଚନ୍ଦ୍ର ସେନାପତିଙ୍କ ଘର ଦୁଆର ବାଡେଇ ଦୁଇ ଜଣ ଯୁବକ ନାଗା ନାଗା ବୋଲି ଡାକିଥିଲେ l
















