No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ଶାଇଁସ ଶାସନ ସରପଞ୍ଚଙ୍କ ବିରୋଧରେ ବଳଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଦଳିତ ମହିଳା। ବଳଙ୍ଗା ପୋଲିସ ୩ ଦିନ ହେଲଣି ଅଭିଯୋଗ ପାଇ ମଧ୍ୟ ଚୁପ ବସିଅଛି। ଦଳିତ ମହିଳା ଓ ତାଙ୍କ ସ୍ୱାମୀ ସୋମବାର ଠାରୁ ଏସ ପି ଅଫିସ ରେ ଧାରଣା ରେ ବସିଛନ୍ତି| ପିଡିତା ମହିଳା ଙ୍କୁ ଜଣେ ଚର୍ଚ୍ଚିତ ଓ ବାହୁବଳୀ ସରପଞ୍ଚ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ଜଣା ଯାଏ ବଳଙ୍ଗା ଥାନା ଅଞ୍ଚଳ ଉଗ୍ରେଶ୍ୱର ଦେଉଳି ର ଶୈଳବାଳା ବେହେରା (୪୯) ନାମକ ମହିଳାଙ୍କର ଏକ ଗ୍ରୋସରୀ ଦୋକାନ ଗାଁ କେନାଲ ବନ୍ଧ ପାଖରେ ଅଛି । ଗତ୨୮ ତାରିଖରେ ମହିଳାଙ୍କ ସ୍ବାମୀ ଧୋବେଇ ବେହେରା ବନ୍ଧୁ ଘରୁକୁ ଯାଇଥିଲେ | ରାତ୍ରରେ ଘରକୁ ନ ଫେରିବାରୁ ପୀଡ଼ିତା ମହିଳା ଛୋଟ ନାତିକୁ ନେଇ ଦୋକାନ ଘରେ ଶୋଇଥିଲେ । ସ୍ବାମୀ ନ ଥିବାର ସୁଯୋଗ ନେଇ ୨୯ ତାରିଖ ରାତ୍ର ପ୍ରାୟ ୩ ଘ.ସମୟରେ ଦୋକାନ କବାଟକୁ ବାଡ଼େଇବାରୁ କିଏସେ ଦୋକାନ କବାଟ ବାଡଉଛ ବୋଲି ପୀଡ଼ିତା ମହିଳା ପଚାରିଥିଲେ l
ସେ ସରପଞ୍ଚ ଟୁଲା ଭାଇନା ପରିଚୟ ଦେଇ ଥିଲା । ତାଙ୍କ ପାଟି ଶୁଣି ପୀଡ଼ିତା ମହିଳା ଶୋଇଥିବା ଘରର କବାଟ ଖୋଲି ଦେବା ମାତ୍ରେ ଟୁଲା ଘର ଭିତରକୁ ପଶିଯାଇ ଥିଲା। ହାତରେ ଧରିଥିବା ଏକ ଭୁଜାଲିକୁ ପୀଡ଼ିତାଙ୍କ ବେକରେ ଲଗାଇ ଦେଇ ଅଶ୍ଳୀଳ ଅସଭ୍ୟ ଭାଷାରେ ଗାଳିମନ୍ଦ କରି ଧମକ ଦେଇ କହିଲା, ତୋ ସ୍ୱାମୀ କୁ କହିଦେବୁ ମୋ ବିରୁଦ୍ଧରେ ଯିବ ନାହିଁ, ନଚେତ ଗାଡି ମଡେଇ ଜୀବନରେ ମାରିଦେବି । ପୀଡ଼ିତା ମହିଳା ପ୍ରତିବାଦ କରିବାରୁ ସେ ଚୁଟିକୁ ଧରି ପକାଇଥିଲା ।
ତା ସହିତ ଗାଲକୁ ଦୁଇଚାରି ଚାପୁଡା ମାରିଥିଲା । ପରେ ଇଜ୍ଜତ ନେଇଯିବି ବୋଲି କହି ଲୁଗାପଟାକୁ ଭିଡା ଓଟରା କରିଥଲା । ପୀଡ଼ିତା ମହିଳା ଡାକ ପକାଇବାରୁ ସେ ବଲାତ୍କାରୀ ଟୁଲୁ ତଣ୍ଟିକୁ ଧରି ପକାଇଥିଲା l ଜୀବନରୁ ମାରିଦେବା ପାଇଁ ଉଦେଶ୍ୟ ରଖି ଜୋରରେ ତଣ୍ଟିକୁ ଚିପିଦେଇ ଥିଲା |ଦଳିତ ମହିଳା ଅଣ ନିଶ୍ବାସୀ ହୋଇ ଗଁ ଗଁ ଡାକ ପକାଇ ଚେତାଶୂନ୍ୟ ହୋଇଯିବାରୁ ମରିଗଲି ବୋଲି ଭାବି ଛାଡି ପଳାଇ ଯାଇ ଥିଲା | ଦଳିତ ମହିଳା ଥାନା ରେ ଅଭିଯୋଗ କରିଛନ୍ତି।ସ୍ଥାନୀୟ ଲୋକ ଆସି ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା ନେଇଥିଲେ | ଏହି ଘଟଣା ର ସତ୍ୟାସତ ଅନୁସନ୍ଧାନ କରି ଦୋଷୀ ଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଦଳିତ ମହିଳା ଓ ତାଙ୍କ ସ୍ୱାମୀ l

No Result
View All Result