କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସମ୍ମତିକ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ ଏବଂ ପୁରୁଷ ବିରୋଧରେ ବଳାତ୍କାର ମାମଲା ଲାଗୁ ହୋଇପାରିବ ନାହିଁ । ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଓକିଲଙ୍କ ବିରୋଧରେ ଦାୟର ହୋଇଥିବା ବଳାତ୍କାର ମାମଲାକୁ ଖାରଜ କରି କହିଛନ୍ତି,















