ରଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କେନ୍ଦ୍ର ମୋଦୀ ସରକାର ଏକ ତରଫା ଭାବେ ଗ୍ରହଣ କରିଥିବା ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ (MMDR )– 2026 ଆଇନ କୁ ରଦ୍ଦ କରିବା କିମ୍ବା ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ କଂଗ୍ରେସ, ସିପିଆଇ (ଏମ ) ଓ ସମାଜବାଦୀ ପାର୍ଟି ତରଫରୁ ଏକ ମିଳିତ ପ୍ରତିବାଦ ସଭା ରଣପୁର ପଞ୍ଚୁଦୋଳ ପଡିଆଠାରେ ସୋମବାର ଅପରାହ୍ନ ୫ ଟା ସମୟରେ ସାଥୀ ନିତ୍ୟାନନ୍ଦ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।
ମିଳିତ ପ୍ରତିବାଦ ସଭାରେ ରାଜ୍ୟ ସ୍ୱାର୍ଥ ବିରୋଧି ଏହି ଆଇନକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲା ବେଳେ ବିଜେପିର ସାଂସଦମାନଙ୍କ ନୀରବ ସମର୍ଥନକୁ ତୀବ୍ରନିନ୍ଦା କରିଛନ୍ତି । ଖଣିଜ ସମ୍ପଦ ଭରା ରାଜ୍ୟ ଗୁଡ଼ିକ ବିଭିନ୍ନ ଦୃଷ୍ଟିରୁ ଖଣିଜ ପଦାର୍ଥ ଉତ୍ତୋଳନ କ୍ଷେତ୍ରରେ ନିଜର ଅଂଶ ବାବଦକୁ କର ବା ଟିକସ ଭାବେ ତାଙ୍କର ଅଂଶ ପାଇ ଆସୁଥିଲା ବେଳେ ଏହାର ବୈଦ୍ଧି କରଣ ପାଇଁ ୨୦୨୪ ମସିହା ରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ୯ ଜଣିଆ ବେଞ୍ଚ ଏକ ଐତିହାସିକ ରାୟ ଦେଇଥିଲେ ।
ଯାହା ଦ୍ୱାରା ଏଯାବତ ଆମ ରାଜ୍ୟ ର ଏହି ବାବଦକୁ ଏକ ଲକ୍ଷ କୋଟି ଟଙ୍କା ବକେୟା ପାଇବାକୁ ହେଉଥିଲା ବେଳେ ପ୍ରତିବର୍ଷ ମଧ୍ୟ ତାର ଅଂଶ ପାଇବା ପାଇଁ ହକ ଥିଲା । ଯାହା କି ଆମ ଖଣିଜ ସମ୍ପଦ ଭରା ଓଡିଶା ରାଜ୍ୟ ପାଇଁ ମୁଖ୍ୟ ସମ୍ବଳ । କିନ୍ତୁ ମୋଦୀ ସରକାର ସଂଘୀୟ ବ୍ୟବସ୍ଥାକୁ ଅଣଦେଖା କରି ଆଣି ଥିବା MMDR -2026 ଆଇନ ଯୋଗୁଁ ଆମ ରାଜ୍ୟ ଏ ବକେୟା ପ୍ରାପ୍ୟ ଆଉ ପାଇବ ନାହିଁ କି କୌଣସି ଅଂଶ ମଧ୍ୟ ପାଇବ ନାହିଁ,।
କେନ୍ଦ୍ର ଏକ ତରଫା ଭାବେ ତାର ମାଲିକ ହେବ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ରାଜ୍ୟ ତାର ଅଧିକାରରୁ ବଞ୍ଚିତ ହେଲାବେଳେ ଜଙ୍ଗଲ ଅଧିବାସୀ ଆଦିବାସୀ ମାନେ ଓ ବିସ୍ଥାପିତମାନେ ତାଙ୍କ ଅଧିକାରରୁ ବଞ୍ଚିତ ହେବେ । ଏଭଳି ରାଜ୍ୟ ସ୍ୱାର୍ଥ ବିରୋଧି ଆଇନ ସଂସଦ ରେ ବିନା ଆଲୋଚନା ରେ ସରକାର ପାରିତ କରିଥିଲା ବେଳେ ରାଜ୍ୟର ସ୍ୱାର୍ଥ କୁ ବଳି ଦେଇ ଆମ ରାଜ୍ୟର ବିଜେପି ର ସମସ୍ତ ସାଂସଦ ଏହାକୁ ନୀରବ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବକ୍ତା ମାନେ କହିଥିଲେ ।
ଆମ ରାଜ୍ୟର ମିଳିତ ବରୋଧୀ ଦଳ ଗୁଡ଼ିକ ତରଫରୁ ରାଷ୍ଟ୍ରପତିଙ୍କ ନିକଟରେ ସ୍ୱାକ୍ଷର ନ କରିବା ପାଇଁ ଦାବୀ କରାଯାଇ ଥିଲା ବେଳେ ଆନ୍ଦୋଳନ ମାଧ୍ୟମରେ ଦୃଢ଼ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏଥିପାଇଁ ବିଧାନ ସଭା ର ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା ପାଇଁ ଦାବୀ କାରାଯାଇଛି । ସମ୍ବିଧାନର ସୁରକ୍ଷା, ସଂଘୀୟ ବ୍ୟବସ୍ଥା ଢାଞ୍ଚା, ରାଜ୍ୟ ମାନଙ୍କର ସ୍ୱାର୍ଥ ସୁରକ୍ଷା ଓ ଅର୍ଥ ନୈତିକ ଅଧିକାରର ସୁରକ୍ଷା, ପ୍ରାକୃତିକ ଓ ଖଣିଜ ଭରା ରାଜ୍ୟ ମାନଙ୍କର ନ୍ୟାୟ ସଙ୍ଗତ ଅଧିକାର ଏବଂ
ଆଦିବାସୀ ଓ ଖଣି ପ୍ରଭାବିତ ଜନ ଗଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଜନ ବିରୋଧି ଆଇନକୁ କେନ୍ଦ୍ର ସରକାର ତୁରନ୍ତ ସମ୍ପୂର୍ଣ୍ଣ ରଦ୍ଦ କରିବା ପାଇଁ ବକ୍ତାମାନେ ଦୃଢ଼ ଦାବୀ କରିଛନ୍ତି । ସରକାର ଟାଳ ଟୁଳ ନୀତି ନେଲେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନି ଦିଆଯାଇଛି । ଏହି ପ୍ରତିବାଦ ସଭା ରେ କଂଗ୍ରେସ ନେତା ବିଭୁ ପ୍ରସାଦ ମିଶ୍ର, ଶତ୍ରୁଘନ ପାଇକରାୟ,ଆଲୋକ କୁମାର ପ୍ରଧାନ, ସିପିଆଇ(ଏମ ) ନେତା ନିତ୍ୟାନନ୍ଦ ପରିଡ଼ା,ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି, କୁଳମଣି ପଲେଇ ଓ ସମାଜ ବାଦୀ ପାର୍ଟିର ହୁଲାସ ବାରିକ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ ।














