ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପକ୍ଷରୁ ଏକ ଘରୋଇ ବସ ଯୋଗେ ଅବୈଧ ଗୁଟଖା ପରିବହନ ସମୟରେ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ କରିବାରେ ସକ୍ଷମ ହୋଇଛି । ଅଡବା ଛକ ଠାରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ସମୟରେ, ଅଡବା ପୋଲିସ କାମଧେନୁ ନାମକ ଏକ ଘରୋଇ ବସ୍ ରେ ଗୁଟଖା ବେଆଇନ ପରିବହନ ଚିହ୍ନଟ କରିଥିଲା । ଯାହାକି ବସ ଟି ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାତ୍ରା କରୁଥିଲା ।

ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟନ୍ ଗୁଟଖା ଭର୍ତ୍ତି ଥିବା ବାକ୍ସ ପାଇଥିଲା, ପ୍ରତ୍ୟେକ ବକ୍ସରେ “ମଲା ମାଳ” ଗୁଟଖା ପାଉଚ ଭର୍ତ୍ତି ୦୩ (ତିନି) ବ୍ୟାଗ ଥିଲା । ଉକ୍ତ ଗୁଟଖା ଉତ୍ପାଦ ଗୁଡ଼ିକ ସନ୍ତୋଷ ଜନକ ବିନା କୌଣସି ପ୍ରମାଣିତ କାଗଜପତ୍ରରେ ପରିବହନ କରା ଯାଉଥିଲା ବୋଲି ଜଣା ପଡ଼ିବା ପରେ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ହିଁ ସମସ୍ତ ସମ୍ପୂର୍ଣ୍ଣ ସାମଗ୍ରୀକୁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଜବତ କରା ଯାଇଥିଲା । ଏ ସମ୍ପର୍କରେ, ଅଡବା ପି.ଏସ୍. ମାମଲା ନଂ. ୧୮୩/୨୦୨୬ ପଞ୍ଜିକୃତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି ।















