ସମୃକ୍ତ ବିଭାଗ ମଧ୍ଯ ଠିକାଦାର ମାନଙ୍କୁ ବିଭିନ୍ନ ସମୟରେ ଅଯଥାରେ ହଇରାଣ ହରକତ କରୁଛନ୍ତି । ତତ ସହିତ ସରକାରୀ ଓ ନେତା ମାନଙ୍କ ସ୍ତରରେ ଠିକାଦାର ମାନଙ୍କ ପାଇଁ ଆଇନରେ ଯେଉଁ ସୁବିଧା ରହିଛି ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ସେଥିପାଇଁ ଠିକାଦାର ମାନେ ଅନେକ ଅସୁବିଧାର ସମୁଖୀନ ହୋଇ ସର୍ବସ୍ବାନ୍ତ ହେଉଛନ୍ତି । ଏଣୁ ତାହାର ସମାଧାନ ପାଇଁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଠିକାଦାର ମାନେ ଏକ କମିଟି ଗଠନ କରିଛନ୍ତି ।
ଏହି ସୂଚନା ସମସ୍ତ ଠିକାଦାର ମାନଙ୍କ ଅବଗତ ନିମନ୍ତେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପୁରୀ ଜିଲ୍ଲା ଠିକାଦାର ମହାସଂଘର ଆବାହକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଜଣାଇଛନ୍ତି । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଠିକାଦାରଙ୍କୁ ନୂତନ କାର୍ଯ୍ୟକାରୀ କମିଟିର ସଭାପତି ଭାବେ ପ୍ରତାପ କୁମାର ମହାପାତ୍ର, ଉପସଭାପତି ଶ୍ରୀବତ୍ସଚ ମହାପାତ୍ର ଓ ବିଜୟ କୁମାର ବିଶ୍ୱାଳ, ସଂପାଦକ ନିରଞ୍ଜନ ରାଉତ, ସହସଂପାଦକ ଦେବରାଜ ବେହେରା, କୋଷାଧକ୍ଷ ସୁନୀଲ କୁମାର ମହାପାତ୍ର, ପୁରୀ ଜିଲ୍ଲା କମିଟି ସଂଯୋଜକ ଉମାକାନ୍ତ ସାମନ୍ତରାୟ,ଉପଦେଷ୍ଟା ସଞ୍ଜୟ କୁମାର ଭୋଳ ଓ ଦୁର୍ଗାପ୍ରସାଦ ରଥ ଙ୍କ ସମେତ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସମସ୍ତ ଠିକାଦାର ମାନେ ମଧ୍ୟ ଉପସ୍ଥିତ ଥିଲେ ।

© 2023 Odisha Taza News.