No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ଯ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଅକ୍ଷୟ କୁମାର ପ୍ରଧାନଙ୍କ ସ୍ମୃତି ସଭା ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ସିପିଆଇ ର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ମହେଶ୍ବର ରାଉତ ଅକ୍ଷୟ ପ୍ରଧାନଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋକପାତ କରିଥିଲେ । ନିମାପଡା ଛାତ୍ର ୟୁନିୟନର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।

ପରେ କମ୍ଯୁନିଷ୍ଟ ଆନ୍ଦୋଳନରେ ଯୋଗ ଦେଇଥିଲେ । ପୁରୀ ମୋଟର କର୍ମଚାରୀ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ, ବସ୍ତିବାସିନ୍ଦା ସଂଘ ଓ କେନ୍ଦୁଝର ଖଣି ଶ୍ରମିକ ସଂଘର ନେତୃତ୍ବ ନେଇଥିଲେ । ଏହି ସ୍ମୃତି ସଭାରେ ସିପିଆଇର ପୂର୍ବତନ ରାଜ୍ଯ ସମ୍ପାଦକ ଆଶିଷ କାନୁନଗୋ, ସିପିଏମ ର ରାଜ୍ଯ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଶ୍ରମିକ ନେତା ବ୍ରଜବନ୍ଧୁ ପ୍ରଧାନ, ବିଜେଡି ନେତା ବିଦ୍ଯାଧର ସ୍ବାଇଁ, କୃଷକ ନେତା କୃଷ୍ଣଚନ୍ଦ୍ର ରାଉତ,

ପ୍ରଦୀପ୍ତ ମହାନ୍ତି, ଦେବେନ୍ଦ୍ର ନାଥ ସାହୁ, ହରିହର ସେନାପତି, ଜଗନ୍ନାଥ ଦେଓ, ବନମାଳି ସାହୁ, ଶିକ୍ଷକ ନେତା ସୁରେନ୍ଦ୍ର ନାଥ ଜେନା, ନରହରି ତ୍ରିପାଠୀ, ଭିକାରି ସେଠୀ, ବିଦ୍ଯୁଲତା ପୃଷ୍ଟି, ମନୋରଞ୍ଜନ ପରିଡା ଓ ବସନ୍ତ ପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପ୍ରଧାନଙ୍କ ତ୍ଯାଗ ଓ ବିପ୍ଲବୀ ଆଦର୍ଶ ସମ୍ପର୍କରେ ମତ ଦେଇଥିଲେ । ଏହି ଅବସରରେ ଆଶାକର୍ମୀ ନାତିଲଦା ପୁଲ, ଆଇନଜୀବୀ ପ୍ରଫୁଲ୍ଲ କିଶୋର ଦାଶ, କୃଷକ ନେତା ଗୋପବନ୍ଧୁ ସେଠୀ ଓ ନୃସିଂହ ବେହେରାଙ୍କୁ ଅକ୍ଷୟ ପ୍ରଧାନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

No Result
View All Result