No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – ନୂଆପଡ଼ା ଉପନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ବିଜୟକୁ ନେଇ ଆଜି ସନ୍ଧ୍ୟାରେ ସତ୍ୟବାଦୀ ରେ ଏକ ବିଜୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ ନେତୃତ୍ୱ ରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବାଜା, ବାଣ,ବିଜେପି ଦଳୀୟ ପତାକା ସହ ଦଳୀୟ ନେତା ଓ କର୍ମୀ ମାନେ ସାକ୍ଷୀଗୋପାଳ ବଜାର ଦେଇ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ ।

ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ କାମନା କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ମିଶ୍ର ଖୁସିରେ ରସଗୋଲା ବଣ୍ଟନ କରିଥିଲେ। ଏହି ଶୋଭାଯାତ୍ରାରେ ବିଜେପି ପାର୍ଟିର ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ,

ବରିଷ୍ଟ ନେତା ଦୀପକ କୁମାର ଶତପଥି,ତ୍ରିଲୋଚନ ରଥ, ସତିଶ ମିଶ୍ର,ରଞ୍ଜନ ବରାଳ, ସୁରେନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, ଅଶୋକ ରାଉତରାୟ, ଶଙ୍କର ପ୍ରଧାନ,ଘନଶ୍ୟାମ ସାହୁ, ପ୍ରତାପ ବେହେରା, ମିଥୁନ ସାହୁଙ୍କ ସମେତ ବିଜେପି ଦଳ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଓ ବହୁ କର୍ମୀମାନେ ଯୋଗ ଦେଇଥିଲେ ।

No Result
View All Result