ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀସ୍ଥିତ ନିଜ ଷ୍ଟୁଡିଓରେ ଏକ ହୃଦୟସ୍ପର୍ଶୀ ବାଲୁକା ଆନିମେସନ ସୃଷ୍ଟି କରି ଭୟାବହ ବନ୍ୟାରେ ପ୍ରଭାବିତ ନେପାଳବାସୀଙ୍କ ପାଇଁ ପ୍ରାର୍ଥନା ଓ ଏକତାର ବାର୍ତ୍ତା ଦେଇଛନ୍ତି ।

ମାତ୍ର ୧୫ ମିନିଟ୍ରେ ସୃଷ୍ଟି ହୋଇଥିବା ଏହି ବାଲୁକା ଆନିମେସନ ମାଧ୍ୟମରେ କରୁଣା, ଏକତା ଓ ମାନବିକତାର ଏକ ଶକ୍ତିଶାଳୀ ବାର୍ତ୍ତା ଦିଆଯାଇଛି । ନେପାଳ ପାଇଁ ପ୍ରାର୍ଥନା । ଆସନ୍ତୁ, ମାନବିକତା ପାଇଁ ଏକାଠି ଠିଆ ହେବା ।

ଏହି କଠିନ ସମୟରେ ନେପାଳବାସୀଙ୍କ ସହ ଠିଆ ହେବା ସହିତ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା, ସହଯୋଗ ଓ ମାନବିକତାର ହାତ ବଢ଼ାଇବାକୁ ମାନସ ସାହୁ ସମଗ୍ର ବିଶ୍ୱବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।














