ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ର କୁମାରୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଗଜପତି ଜିଲ୍ଲାର ଅଗ୍ରଣୀ ତ୍ପ୍ରଗତି ମହିଳା ସଙ୍ଗଠନ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ପରିଷଦ ଭୁବନେଶ୍ୱର ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ୟୁଟେକ୍ କମ୍ପୁଟର ପରିସରରେ କୁମାରୋତ୍ସବ -୨୬ ଯଥା ରୀତିରେ ପାଳନ ହୋଇ ସାରିଛି । ଏଥିରେ ବିଭିନ୍ନ ଅନୁଷ୍ଠାର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଅନେକ ଅଭିଭାବକ, ଗୃହିଣୀ ଯୋଗ ଦାନ କରି ଥିଲେ । ସଭ୍ୟତା ଯେତେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଅତୀବ ଜରୁରୀ ଏବଂ ଆଜି ମଧ୍ୟ ଗ୍ରହଣୀୟ , ବରଣୀୟ ବୋଲି ଉପସ୍ଥିତି ଅତିଥିଗଣ କହିଥିଲେ ।

ଅନୁଷ୍ଠକର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ତିଥି ଭାବେ ଉପ କାରାଗାର ଅଧିକ୍ଷକ କାମାକ୍ଷୀ ପ୍ରସାଦ ପତି, ମୁଖ୍ୟବକ୍ତା ଭାବେ ବିନୋଦିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧୀକ୍ଷ ମନୋଜକୁମାର ପଟ୍ଟନାୟକ,ସମ୍ମାନିତ ଅତି ଅଭାବେ ଅଧାପକ ଆଭିତ୍ରାଣ ଚଇନି ଓ ହରିମୋହନ ପଟ୍ଟନାୟକ ଯୋଗ ଦେଇଥିଲେ ।
















