No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଯୁବବର୍ଗ ମଧ୍ୟରେ ଭରି ରହିଛି ଅଫୁରନ୍ତ ପ୍ରତିଭା ।ସେହି ପ୍ରତିଭାର ଉନ୍ମେଷ ହେଲେ ବିକଶିତ ଭାରତ ଗଠନ ରେ ଏହା ସହାୟକ ହେବ ବୋଲି କହିଛନ୍ତି ଜଗତସିଂହପୁର ଲୋକସଭା ସାଂସଦ ଡ ବିଭୁ ପ୍ରସାଦ ତରାଇ । ଆଜି ପୂର୍ବାହ୍ନରେ ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ପୁରୀ ମେରା ଯୁବା ଭାରତ,ଏନ ଏସ ଏସ ଓ ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ର ମିଳିତ ସହଯୋଗରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟ୍ସ ଏଡିସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଯୁବବର୍ଗ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ହୋଇ ଯୁବ ଶକ୍ତି ର ବିକାଶ ଓ କ୍ରିଡା ର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।ଯୁବବର୍ଗ ଆମ ଦେଶର ମୁଖ୍ୟ ସମ୍ବଳ।ସେମାନଙ୍କ ମଧ୍ୟରେ ଯେଉଁ ପ୍ରତିଭା ର ଉତ୍ସ ରହିଛି ତାହାର ବିକାଶ ଆମ ସମସ୍ତ ଙ୍କ ଉତ୍ତର ଦାୟିତ୍ୱ ବୋଲି କହିଥିଲେ।

ନିମାପଡା ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଡ ତରାଇ କ୍ରୀଡାର ବିକାଶ, ଭିତ୍ତିଭୂମି ର ବିକାଶ, ପ୍ରେରଣା ପାଇଁ ସରକାର ବଜେଟରେ ୩୬ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ।ଆଉ ଦୁଇ ଦିନ ପରେ ହକି ଯାଦୁକର ତଥା ଭାରତର ଶ୍ରେଷ୍ଠ କ୍ରୀଡାବିତ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଦିନ।ସେ ଆମ ଦେଶର ସାମଗ୍ରିକ କ୍ରୀଡାର ମହାନାୟକ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ନେତୃତ୍ୱ ସୃଷ୍ଟି, ପ୍ରତିଭାର ବିକାଶ, କ୍ରୀଡାବିତ ସୃଷ୍ଟି,ସାମାଜିକ ପ୍ରଗତିରେ ଭାଗିଦାର,ଶୃଙ୍ଖଳା ଓ ଚରିତ୍ର ଗଠନ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ଵାନ ଦେଇଛନ୍ତି ତାହା ବେଶ ପ୍ରେରଣାଦାୟୀ।ଆଜିର ଯୁବବର୍ଗ ବେଶ ଶିକ୍ଷିତ, ବୈଷୟିକ ଜ୍ଞାନ ରେ ସମୃଦ୍ଧ, ନୂଆ ନୂଆ ସମ୍ଭାବନା ରେ ପରିପୂର୍ଣ୍ଣ।ସେମାନେ ଉପଯୁକ୍ତ ମାର୍ଗଦର୍ଶନ ଓ ପଥ ପ୍ରଦର୍ଶନ ପାଇପାରିଲେ ସମଗ୍ର ବିଶ୍ବ ରେ ଆମ ଦେଶକୁ ଶ୍ରେଷ୍ଠ ରାଷ୍ଟ୍ର ରେ ପରିଣତ କରିପାରିବେ ବୋଲି କହିବା ସହ ଆମେ ପ୍ରତ୍ୟେକ ଙ୍କ ସମ୍ମିଳିତ ଉଦ୍ୟମ ରେ ବିକାଶ କୁ ତ୍ବରାନ୍ବିତ କରିବାକୁ ଆହ୍ୱାନ ଦେଇଥିଲେ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ରାଜକିଶୋର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ,ପୁରୀ ଜିଲ୍ଲା ୟୁଥ ଅଫିସର ସଂଗୀତା ମହାପାତ୍ର, ଏନଏସଏସ ର ଜିଲ୍ଲା ପ୍ରୋଜେକ୍ଟ ଅଧିକାରୀ ଗୋଲକ ବିହାରୀ ପଲେଇ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି, ନିମାପଡା ବିଧାୟିକା ଙ୍କ ଏନଏସି ପ୍ରତିନିଧି ଜଚିନ୍ଦ୍ର କୁମାର ସ୍ବାଇଁ,

ନୀରୋଦ ଖୁଣ୍ଟିଆ,ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଯୁବବର୍ଗ ଙ୍କ ସାମାଜିକ ଦାୟିତ୍ୱ ଓ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ମୁଖ୍ୟ ଅତିଥି ବିଭିନ୍ନ କ୍ରୀଡା ରେ କୃତିତ୍ବ ହାସଲ କରିଥିବା କ୍ରୀଡାବିତ ଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ନିଶାମୁକ୍ତ ଶପଥପାଠ କରାଯିବା ସହ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା ।

ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ପୁସ୍ପିତା ରାଜଗୁରୁ ପ୍ରିୟଦର୍ଶିନୀ ମୁନି, ସନ୍ଦୀପ ପାତ୍ର, ସ୍ୱପ୍ନାରାଣୀ ମିଶ୍ର, ଡ ନନ୍ଦିନୀ ପଟ୍ଟନାୟକ,ମାନସ ରଞ୍ଜନ ସ୍ବାଇଁ, ସୁବ୍ରତ ମହାନ୍ତି, ପ୍ରବୀର ବେହେରା ପ୍ରଭୁତି ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ କୁ ଡ ବିଷ୍ଣୁ ପ୍ରସାଦ ସାହୁ ପରିଚାଳନା କରିଥିଲେ ।

No Result
View All Result