ଭୁବନେଶ୍ୱରର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱରର ସହିଦନଗର ପୂଜା ମଣ୍ଡପ ଠାରେ 25 ତମ ରାଜଧାନୀ ପୁସ୍ତଜ ମେଳା ଓ ଏକାମ୍ର ପୁସ୍ତକ ଉତ୍ସବ ଉଦଘାଟିତ ହୋଇ ଯାଇଛି ¡ ବିଶିଷ୍ଟ ସାହିତ୍ୟିକ ଡ଼ ଶାନ୍ତନୁ ଆଚାର୍ଯ୍ୟ ଉଦଘାଟକ ଭାବେ ଯୋଗ ଦେଇଥିଲା ବେଳେ ଶ୍ରୀମତୀ ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି, ଡ଼ ପୀତବାସ ରାଉତରାୟ ମୁଖ୍ୟ ବକ୍ତା, ଡ଼ ଅଭୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ପୁସ୍ତକ ମେଳାର ସଭାପତି ଡ଼ ଉପେନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ | ସାହିତ୍ୟ ସମାଜର ଦର୍ପଣ | ସମାଜକୁ ଗଢିବାକୁ ହେଲେ ବଳିଷ୍ଠ ସାହିତ୍ୟ ଲେଖା ହେବାର ଆବଶ୍ୟକତା ଅଛି |















