ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ସମ୍ପ୍ରତି ଅନୁଷ୍ଠିତ ସବ୍ ଜୁନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ନ୍ୟାସନାଲ୍ ଚାମ୍ପିଅନସିପ୍ ୨୦୨୫-୨୬ରେ ପ୍ରଭାବୀ ପ୍ରଦର୍ଶନ କରିଛି, ଯେଉଁଠାରେ ଏହାର ଯୁବ ଖେଳାଳିମାନେ ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହିତ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଏମ୍ଏଜି) ୧୨ ବର୍ଷରୁ କମ୍ ଦଳ ବର୍ଗରେ ଓଡ଼ିଶାକୁ କାଂସ୍ୟ ପଦକ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।















