No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଣପୁର ସ୍ଥିତ ନେହେରୁ ସେବା ସଂଘ ର କନକ ଭବନ ପରିସରରେ ଭାରତର ସ୍ବାଧୀନତା ସଂଗ୍ରାମର ପ୍ରଥମ ଆଦିବାସୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ତଥା ଜନ ଜାତୀୟ ଗୈ।ରଵ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦିକା ସରୋଜିନୀ ଦାସ ଙ୍କ ପରିଚାଳନା ରେ ତଥା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁରପ୍ରତାପ ନରେନ୍ଦ୍ର ସିଂହ ବର୍ମା,
ମୁଖ୍ୟ ବକ୍ତା ଭାବେ ଚିଲିକା ସାହିତ୍ୟ ସମାଜର ସଭାପତି କବି ଵାଳ ମୁକୁନ୍ଦ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବୟତ୍ରୀ କ୍ରିଷ୍ଣା ମିଶ୍ର, ଅନୁଷ୍ଠାନ ର କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ, ବୀରେନ୍ଦ୍ର କୁମାର ତ୍ରିପାଠୀ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ର ଦେଶପ୍ରେମ, ତ୍ୟାଗ ଓ ବଳିଦାନ ଉପରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରି ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରାରମ୍ଭରେ ନ୍ରୃସିହ ଚରଣ ମହାରଣା ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀମାନେ ଆବାହନ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କ୍ରୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରଦୀପ କୁମାର ଦାସ।

No Result
View All Result