ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନ ରେ ରହିଥିବା ଜୁନାଗାଁ ସରକାରୀ ଉ.ପ୍ରା.ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଶନିବାର ଅଭିଭାବକ ମଧ୍ୟ ରେ ଦେଖା ଦେଇଛି ଉତ୍ତେଜନା ।ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସିଆରସିସି ପ୍ରଫୁଲ୍ଲ କୁମାର ସାହୁ ଙ୍କୁ ଅଭିଭାବକ ମାନେ ୪ ଘଣ୍ଟା ଘେରାଉ କରି ଅଟକ ରଖିଥିଲେ।

ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ସୋମବାର ଦିନ ଜଣେ ଶିକ୍ଷକ ଙ୍କୁ ପଠାଇବା ପାଇଁ ପ୍ରତିଶୃତି ଦେବାପରେ ଅଭିଭାବକ ମାନେ ଶାନ୍ତ ପଡ଼ିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୁନାଗାଁ ବିଦ୍ୟାଳୟରେ ।ଏହି ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ ଟି ଶ୍ରେଣୀରେ ୯୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ରହିଛନ୍ତି ।
ସେଥି ମଧ୍ୟରୁ ପ୍ରଧାନ ଶିକ୍ଷକ ମାର୍କ ଦିଗାଲ ଅଫିସ କାର୍ଯ୍ୟ ରୁ ଫୁରସତ୍ ନଥିବାରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିବା କହିଛନ୍ତି। ସହକାରୀ ଶିକ୍ଷକ ପ୍ରଦୀପ୍ତ ବିଶ୍ଵାଳ ଆଉ ତିନି ମାସ ପରେ ଅବସର ନେବା ବୟସ ଥିବାରୁ ସେ ଛୁଟି ରେ ଚାଲିଯାଇଛନ୍ତି ।କେବଳ ସନାତନ ଅମାୟତ ଜଣେ ଶିକ୍ଷକ ୮ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଉଛନ୍ତି । ସେଥି ମଧ୍ୟରୁ ଯାହାକୁ ନେଇ ବିଦ୍ୟାଳୟ ରେ ଠିକ ଭାବେ ପାଠ ପଢାଯାଉ ନାହିଁ।















