ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜାପାନର ତୋତରି ସରକାରଙ୍କର ଏକ ୬ ଜଣିଆ ବିଧାୟକ ପ୍ରତିନିଧି ମଣ୍ଡଳୀ ଙ୍କ ସହିତ ୪ ଜଣ ବରିଷ୍ଠ ଅଧିକାରୀ ଓ ତୋତରି ସରକାରଙ୍କ ବାଣିଜ୍ୟ ପରାମର୍ଶ ଦାତା ତଥା ପୁରୀ ସିଟି ଆମ୍ୱାସେଣ୍ଡର କୁନା ଦାଶ ଓଡ଼ିଶା ଗସ୍ତରେ ଆସି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ସଚିବାଳୟଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ପାରସ୍ପରିକ ସହ ଯୋଗିତା ବଢ଼ାଇବା ଉପରେ ଗୁରୁତ୍ବରୋପ କରାଯାଇଥିଲା । ଓଡ଼ିଶାର କଳା, ସଂସ୍କୃତି,ଶିକ୍ଷା , ପଯ୍ୟଟନ ଓ ଶିଳ୍ପର ବିକାଶ ହେବା ସହିତ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କୁ କିଭଳି ଜାପାନରେ ନିଯୁକ୍ତି ମିଳିପାରିବ ।

ସେହିଭଳି ଓଡ଼ିଶାର ମହିଳାମାନେ କିପରି ଆତ୍ମନିର୍ଭରଶିଳ ହୋଇପାରିବେ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଭୁବନେଶ୍ବରରେ ଥିବା ବିଶ୍ଵ ଦକ୍ଷତା କେଦ୍ର ବୁଲି ଦେଖିବା ସହ ସେଠା ରେ ଥିବା ଅଧିକାରୀମାନଙ୍କଠାରୁ ଦକ୍ଷତା କେନ୍ଦ୍ର ସଂପର୍କରେ ଆଲୋଚନା କରିଥଲେ । ସେଠାରୁ ସିଧାସଳଖ ପୁରୀ ଗ୍ରସ୍ତରେ ଆସି ସ୍ଥାନୀୟ ସକିଟି ହାଉସଠାରେ ପହଞ୍ଚି ଥିଲେ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ସମେତ ଅନ୍ୟ ପ୍ରସାଶନିକ ଅଧିକାରୀ ମାନେ ସ୍ବାଗତ କରିଥିଲେ । ଏହି ଅବସ ରରେ ପଯ୍ୟଟନ ସହର ଶ୍ରୀକ୍ଷେତ୍ରର କିଭଳି ବିକାଶ ହୋଇପାରିବ ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।















