No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ରାଷ୍ଟ୍ର ଭକ୍ତି ଅନନ୍ୟ।ଏକତାର ପ୍ରତୀକ ଥିଲେ ଲୌହ ମାନବ।ଏକ ସୂତ୍ରରେ ରହିଲେ ଦେଶର ବିକାଶ ଓ ଉନ୍ନତି ସମ୍ଭବ ବୋଲି ଅନୁଭବ କରି ସେ ୫୬୦ ରୁ ଉର୍ଦ୍ଧ୍ବ ରାଜରାଜୁଡା ଶାସନତନ୍ତ୍ର କୁ ଭାରତ ବର୍ଷ ରେ ସାମିଲ କରିଥିଲେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଲୋକସଭା ସାଂସଦ କ୍ଷେତ୍ର ଅନ୍ତର୍ଗତ ନିମାପଡା ର କାଜିପାଟଣା ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

କ୍ରୀଡା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଆୟୋଜିତ ହୋଇଥିଲା।ଏହାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଜଗତସିଂହପୁର ଲୋକସଭା ସାଂସଦ ବିଭୂ ପ୍ରସାଦ ତରାଇ,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପ୍ରମୁଖ ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ।ଏହି ପଦଯାତ୍ରା ଏକମକୋଣା,ଶ୍ରୀମୁଖ, ନାଗବସ୍ତ, ରଟିଲୋ, ତଳ ଅଣ୍ଢିଆ,ଜୟଶ୍ରୀ ଛକ,
ଜୟଗୁଋ ଛକ ହୋଇ ନିମାପଡା ବାରବାଟୀ ପଡିଆ ଠାରେ ପହଞ୍ଚିଥିଲା।ବାରବାଟୀ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପରିଡା ମହାତ୍ମାଗାନ୍ଧୀ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ବଲ୍ଲଭ ଭାଇ କୃଷକ ମାନଙ୍କ ଆନ୍ଦୋଳନ ରେ ପ୍ରମୁଖ ଭୂମିକା ନେଇ ସର୍ଦ୍ଦାର ପଦବାଚ୍ୟ ହୋଇଥିଲେ।ସର୍ଦ୍ଦାର ଙ୍କ ବୀରତ୍ବ,ଦେଶପ୍ରେମ ଓ ସାହସ କୁ ସମ୍ମାନ ଜଣାଇ ବଲ୍ଲଭ ଭାଇ ଙ୍କୁ ଆଦର୍ଶ ମାନୁ ଥିବା ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ ଯେଉଁ ଥିରେ ଦେଶର ପ୍ରତିଟି ଘରୁ ସଂଗୃହିତ ଲୁହା ବ୍ୟବହୃତ ହୋଇଥିଲା।ପ୍ରଧାନମନ୍ତ୍ରୀ ୪ ଟି ବର୍ଗ ଯଥା ଗରିବ, ଯୁବ ବର୍ଗ,

କୃଷକ ଓ ନାରୀ ଶକ୍ତିର ବିକାଶ ପାଇଁ ବଦ୍ଧ ପରିକର ବୋଲି କହିବା ସହ ଏମାନଙ୍କୁ ଏକଜୁଟ କରି ୨୦୩୬ କୁ ବିକଶିତ ଓଡିଶା ଓ ୨୦୪୭ କୁ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆଗେଇ ଆସିବାକୁ ଉପ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।ବିଶିଷ୍ଟ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ତରାଇ ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଗୁଜୁରାଟ ରେ ପ୍ରତିଷ୍ଠିତ ମୂର୍ତ୍ତି ବିଶ୍ବ ର ସର୍ବୋଚ୍ଚ ଅଟେ ବୋଲି କହିଥିଲେ।ବିପର୍ଯ୍ୟୟ, ବିପଦ ସମୟରେ ଏକଜୁଟ ହେବା ଭଳି ଖୁସି ଆନନ୍ଦ ସମୟରେ, ରାଷ୍ଟ୍ର ଗଠନ ସମୟରେ ଏକାଠି ହେବାର ଆବଶ୍ୟକତା ରହିଛି ।
ଲୌହ ମାନବ ଙ୍କ ୭୫ ବର୍ଷ ର ଜୀବନ ଆମକୁ ଆଦର୍ଶ, ଉନ୍ନତ ରାଷ୍ଟ୍ର ନିର୍ମାଣ ର ପ୍ରେରଣା ଦିଏ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନିମାପଡା ଏନ ଏ ସି ଅଧ୍ୟକ୍ଷ ସସ୍ମିତା ସାହୁ, ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇ ସର୍ଦ୍ଦାର ପଟେଲଙ୍କ ଜୀବନୀ, କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିବା ସହ ଏକତା ପଦଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।ନିମାପଡା ବିଡିଓ ଡଃ ଅଭିଜିତ ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିବା ସହ ସମସ୍ତଙ୍କୁ ଏକତା ଶପଥ ପାଠ କରାଇଥିଲେ।
ପୂର୍ବରୁ ଅତିଥି ମାନେ ସର୍ଦ୍ଦାର ପଟେଲଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।ଏହି ଅବସରରେ ବନ୍ଦେ ମାତରମ ସଂଗୀତ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ନିମାପଡା ଏନ ଏ ସି ର ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଓ କଳାକାର ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ପରେ ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟ କୁ ଅତିଥି ମାନେ ୬ ଗୋଟି ଡେସ୍କ ଟପ ଓ ୨ଟି ପ୍ରିଣ୍ଟର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ କାଜିପାଟଣା ଠାରେ ଓ ବାରବାଟି ପଡିଆ ଠାରେ ଏକ ପେଡ ମା କେ ନାମ ଆଧାର ରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

No Result
View All Result